କରୋନା ଟିକାର ଦ୍ୱିତୀୟ ଡୋଜ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ପୁଡୁଚେରୀର ନର୍ସ ପି ନିବେଦା ଦିଲ୍ଲୀ ଏମ୍ସରେ ମୋଦୀଙ୍କୁ ଦେଲେ ଟିକା

103

କନକ ବ୍ୟୁରୋ : କରୋନା ବଢ଼ୁଥିବା ମାମଲା ଭିତରେ କୋଭିଡ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି ଭୂତାଣୁକୁ ହରାଇବା ଲାଗି ଟିକାକରଣ ଆମ ପାଖରେ ଏକ ମାତ୍ର ଉପାୟ ।

ମୋଦୀ କରୋନା ଟିକାର ଦ୍ୱିତୀୟ ଡୋଜ ପୁଡୁଚେରୀର ନର୍ସ ପି ନିବେଦା ଦେଇଥିବା ବେଳେ ତାଙ୍କ ସହିତ ପଂଜାବର ନର୍ସ ନିଶା ଶର୍ମା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କରୋନା ଟିକାର ପ୍ରଥମ ଡୋଜ ମାର୍ଚ୍ଚ ୧ରେ ନେଇଥିଲେ । ସେତେବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ଦିଲ୍ଲୀସ୍ଥିତ ଏମ୍ସରେ ପହଂଚି ଭାରତ ବାୟୋଟେକର କୋଭାକ୍ସିନ ଟିକା ନେଇଥିଲେ । ଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ପୁଡୁଚେରୀର ନର୍ସ ପି.ନିବେଦା ମୋଦୀଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ଦେଇଥିଲେ ।