କନକ ବ୍ୟୁରୋ : ସାପ ସହ ଖେଳ ହେଲା କାଳ । ନାଗ ସାପକୁ କାବୁ କରି ପ୍ଲାଷ୍ଟିକ ବୋତଲରେ ପୁରାଇବା ବେଳେ ଘଟିଲା ଅଘଟଣ । ସାପର ବେକକୁ ଧରି ପ୍ଲାଷ୍ଟିକ ବୋତଲରେ ପୁରାଇବା ବେଳେ ଘଟିଲା ଅଘଟଣ । ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରିବା ପାଇଁ ହାତ ହୁଗୁଳା କରିବାରୁ ସାପ ଧରାଳୀକୁ ଚୋଟ ମାରିଛି ନାଗ । ଆଉ ସେହି ସମୟର ଭିଡିଓକୁ ଫେସବୁକରେ ପୋଷ୍ଟ କରିଛନ୍ତି ସାପଧରାଳୀ ସମୀର ପଟ୍ଟନାୟକ । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ନାଗ ଚୋଟରେ ଗୁରୁତର ଆହତ ସ୍ଥାନୀୟ ଅଞ୍ଚଳର ସାପଧରାଳୀ ତୁରନ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

Advertisment

ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି । ପ୍ରାୟ ଦୁଇ ସପ୍ତାହ ତଳର ଏହି ଭିଡିଓକୁ ସଚେତନତା ଉଦ୍ଦେଶ୍ୟରେ ସମୀର ପଟ୍ଟନାୟକ ଫେସବୁକରେ ପୋଷ୍ଟ କରିଛନ୍ତି । ସାମାନ୍ୟ ଅସାବଧାନତା ହେଲେ ଓ ସ୍ନେକ ହେଲପଲାଇନ ସୁରକ୍ଷା ପ୍ରୋଟୋକଲକୁ ଅବମାନନା କଲେ କିଭଳି ବିପଦର ଆଶଙ୍କା ରହିଛି ତାହା ଭିଡିଓ ଦେଖିବାକୁ ମିଳିଛି । ୨୦୧୭ ମସିହାରୁ ସାପକୁ ପ୍ଲାଷ୍ଟିକ ବୋତଲରେ ଭର୍ତି ନକରିବାକୁ ନିର୍ଦ୍ଦେଶନାମା ରହିଛି । ଆଉ ନିୟମ ନମାନିଲେ କେମିତି ବିପଦ ରହିଛି, ତାହା ଭାଇରାଲ ହେଉଥିବା ରାଉରକେଲାର ଏହି ଭିଡିଓରେ ଦେଖିବାକୁ ମିଳିଛି ।