ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ, ଲୋକଙ୍କ ମତାମତ ପରେ ହେବ ଆଲୋଚନା

52

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ କୀର୍ତିରାଜି କର୍ତୃପକ୍ଷ ନୂଆ ବାଇ-ଲ ବା ଉପନିୟମ ଆଣିବାକୁ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି , ଏହି ପ୍ରସଙ୍ଗ ଏବେ ପ୍ରାଥମିକ ଅବସ୍ଥାରେ ଅଛି । ଭୟଭୀତ ହେବାର ନାହିଁ । ଲୋକଙ୍କ ମତାମତ ପରେ ଆଲୋଚନା କରାଯିବ ।  ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶ୍ରୀମନ୍ଦିରର ୩ ଶହ ମିଟର ଅଂଚଳ ପାଇଁ କଟକଣା ଲାଗିବ ।

ସେପଟେ କେନ୍ଦ୍ର ସରକାର ଆଣିଥିବା ଏହି ବାଇ-ଲକୁ ନେଇ ଆପତି ଉଠାଇଛନ୍ତି ଶ୍ରୀମନ୍ଦିର ସେବାୟତ । ଭକ୍ତ-ଭଗବାନ ଓ ସେବାୟକଙ୍କ ଭାବାବେଗକୁ ଆଘାତ ଦେଇ ଏଭଳି ବାଇ-ଲ ଜାରି କରାଯାଇଥିବା ଅଭିଯୋଗ କରି ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେବାୟତ ।