କନକ ବ୍ୟୁରୋ : ଦ୍ରୁତ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି ଟିକା ନେଲେ ବି ସଂକ୍ରମଣ ହେବ । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ଟିକା ନେଲେ ମୃତ୍ୟୁ ହାର କମିବ । କିଛି ଜିଲ୍ଲାରେ ଟିଏମସି ଖୋଲିଛି ।
ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଟିଏମସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବ । ବର୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ମେଡ଼ିକାଲରେ ଜେନେରାଲ ବେଡ ସଂଖ୍ୟା ୯ହଜାର ୮ ଅଛି । ସେଠି ୧୭ ଦଶମିକ ୫ ପ୍ରତିଶତ ରୋଗୀ ଅଛନ୍ତି । ଆଇସିୟୁ ବେଡ ୨ହଜାର ୧୮ ରହିଥିବା ସୂଚନା ଦେଇଇଛନ୍ତି ନିରଂଜନ ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/14-20.jpg)