କନକ ବ୍ୟୁରୋ: ଆଉ କେଇ ଘଣ୍ଟା ପରେ ଶପଥନେବେ ନବୀନଙ୍କ ନୂଆ ଟିମର ମନ୍ତ୍ରୀ । ଶପଥ ଗ୍ରହଣ ପୂର୍ବରୁ ବାବା ଗଣପତିଙ୍କୁ ଆରାଧନା କଲେ ଟିଟଲାଗଡର ବିଧାୟିକା ଟୁକୁନି ସାହୁ । ତେବେ ନବୀନଙ୍କ ଟିମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଭଲ ପ୍ରଦର୍ଶନ ବିଶ୍ୱାସ ଜିଣିଥିବାରୁ ତାଙ୍କୁ ପୁଣି ରିପିଟ୍ କରାଯାଇଛି । କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ତାଙ୍କ ନାମ ରହିଛି ।
ତେବେ ଆଜି ମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଟୁକୁନି ସାହୁ । କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଥରେ ବିଶ୍ୱାସ କରିଥିବାରୁ କୃତଜ୍ଞତା ଜଣାଉଛି । ମହିଳାମାନଙ୍କୁ ନେଇ ତାଙ୍କର ଭିଜନକୁ ସଫଳ କରିବାକୁ ଚେଷ୍ଟା କରିବୁ । ବିଜୁ ଜନତା ଦଳ ଗୋଟେ ଶୃଙ୍ଖଳିତ ଦଳ । ପ୍ରତ୍ୟେକ କର୍ମୀ ଲୋକଙ୍କ ସେବାରେ ଲାଗିଛନ୍ତି । ନବୀନ ପଟ୍ଟନାୟକ ଯାହା ଦାୟିତ୍ୱ ମତେ ଦେବେ ମୁଁ ତୁଲାଇବି । କ୍ୟାବିନେଟ୍ ପାହ୍ୟା ମୋ ପାଇଁ ବଡ ଜିନିଷ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ମୋ ପାଇଁ ବଡ, ତାଙ୍କ ଭରସା ମୋ ପାଇଁ ବଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/vlcsnap-2022-06-05-09h11m45s691.png)