ନୂଆ ଡିଏମଇଟିଙ୍କ ଆଶ୍ୱସ୍ତିବାଣୀ : କହିଲେ, ନୂଆବର୍ଷରେ ନିୟନ୍ତ୍ରଣକୁ ଆସିବ କରୋନା; କୋଭିଡ ନିୟମ ମାନି ସ୍କୁଲ ଖୋଲିବାରେ ନାହିଁ ଅସୁବିଧା

84

କନକ ବ୍ୟୁରୋ : ଦାୟିତ୍ୱ ନେବା ପରେ ନୂଆ ଡିଏମଇଟି ରମା ରମଣ ମହାନ୍ତିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ପର୍ବପର୍ବାଣୀ ପାଇଁ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଟିକେ ବୃଦ୍ଧି ପାଇଛି । ନିୟମ କଡ଼ାକଡ଼ି ପାଳନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ନୂଆ ବର୍ଷ ପର୍ଯ୍ୟନ୍ତ ଲୋକେ ସଜାଗ ରହିବା ଦରକାର । ୨୦୨୨ ନୂଆବର୍ଷ ପରେ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ । ସ୍କୁଲ ଖୋଲିବା ଦରକାର, ସ୍କୁଲ ଖୋଲିଲେ କିଛି ଅସୁବିଧା ନାହିଁ । କିନ୍ତୁ ନିୟମ ପାଳନ କରି ସ୍କୁଲ ଖୋଲିବା ଦରକାର ବୋଲି କହିଛନ୍ତି ଡିଏମଇଟି ରମା ରମଣ ମହାନ୍ତି ।