ବିଜେଡିର ‘ଗୀତାଜ୍ଞାନ’! ନବୀନଙ୍କ ଭଉଣୀଙ୍କୁ ନେଇ ଦୁଇଭାଗ ଦଳ

ବିଜେଡିର ‘ଗୀତାଜ୍ଞାନ’! ନବୀନଙ୍କ ଭଉଣୀଙ୍କୁ ନେଇ ଦୁଇଭାଗ ଦଳ

କନକ ବ୍ୟୁରୋ : ନବୀନ ନିବାସରେ ଗୀତା ଦରବାର । ନେତା ଓ ପ୍ରଶାସକଙ୍କ ସହ ବିଚାର ବିମର୍ଶ । ଗତ କିଛି ଦିନ ଭିତରେ ନବୀନଙ୍କ ବଡ ଭଉଣୀ ଗୀତା ମେହେଟ୍ଟା ଦୁଇ ଦୁଇଥର ଭୁବନେଶ୍ୱର ଆସିଛନ୍ତି । ଆଉ ଗତ ଦୁଇଦିନ ଧରି ନବୀନ ନିବାସରେ ନେତା ମନ୍ତ୍ରୀଙ୍କୁ ବି ଭେଟୁଛନ୍ତି । ଦଳ ଏକ ଘଡିସନ୍ଧି ମୁହୂର୍ତ ଦେଇ ଗତି କରୁଥିବା ବେଳେ ନବୀନଙ୍କ ସଙ୍କଟମୋଚକ ଭଉଣୀ ଗୀତା ମେହେଟ୍ଟା ରାଜଧାନୀରେ ଡେରା ପକାଇବା ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏଭଳି ସ୍ଥିତିରେ ପ୍ରତିକ୍ରିୟା ରଖିଛି ବିଜେଡି । କିଛି ବିଜେଡି ନେତା ଦାବି କରିଛନ୍ତି ଯେ ଗୀତା ଅଧିକ ଦାୟିତ୍ୱ ନେଲେ ଦଳ ପାଇଁ ଶୁଭଙ୍କର ।

ଏସବୁ ଭିତରେ କିନ୍ତୁ ବିଜେଡିର ଆଉ ଏକ ଗୋଷ୍ଠୀ ଗୀତା ମେହେଟ୍ଟାଙ୍କୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଗୀତା ଓଡିଶାରେ ରହି ନାହାଁନ୍ତି କି ଓଡିଆ ଜାଣି ନାହାଁନ୍ତି । ଅପରପକ୍ଷରେ ପରିବାରବାଦର ବିରୋଧୀ ଭାବେ ଥିବା ନବୀନଙ୍କ ଇମେଜକୁ ମଧ୍ୟ ଏହା ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି ।

୨୦୧୨ ମିଡ ନାଇଟ ଅପରେସନ ହେଉ କିମ୍ବା ପଂଚାୟତ ବିପର୍ଯ୍ୟୟ । ଯେତେବେଳେ ବିଜେଡି ଅସୁବିଧାରେ ପଡିଛି ଓ ନବୀନ ଅଡୁଆର ସୂତାରେ ଚନ୍ଦି ହୋଇଛନ୍ତି ସେତେବେଳେ ଭୁବନେଶ୍ୱର ଆସି ଦଳର ସଙ୍କଟ ମୋଚକ ସାଜିଛନ୍ତି ଗୀତା ମେହେଟ୍ଟା । ଏଣୁ ଏବେ ପ୍ରଶ୍ନ ଉୁଠୁଛି ବିଜେଡିରେ ଆନୁଷ୍ଠାନିକ ଭାବେ ଗୀତା କୈାଣସି ଦାୟିତ୍ୱ ନେବେ କି?

ସେପଟେ ଏକ ଦୈନିକ ଖବର କାଗଜରେ ବୈଜୟନ୍ତ ପଣ୍ଡା ଲେଖିଥିବା ବିବାଦୀୟ ଆର୍ଟିକିଲରେ ଗୀତା ମେହେଟାଙ୍କୁ ଇଙ୍ଗିତ କରିଥିବା କୁହାଯାଉଛି । କାହିଁକି ନା ସାଂସଦ ସଫାସଫା ଲେଖିଛନ୍ତି ଯେ କ୍ଷମତାର ଅପବ୍ୟବହାର କରି ପରିବାର ସଦସ୍ୟଙ୍କୁ କେବେ ରାଜନୀତିରେ ଯୋଡି ନାହଁନ୍ତି ନବୀନ ।ଏସବୁ ଭିତରେ ପ୍ରଶ୍ନ ଉଠୁଛି ରାଜନୈତିକ ପରିବାରରେ ଜନ୍ମିତ ଗୀତା ଆଗକୁ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବେ ନା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe