କନକ ବ୍ୟୁରୋ : ଆଜି ବିଜେଡିରେ ଯୋଗଦେବେ ବିଶ୍ୱରଂଜନ ମଲ୍ଲିକ । ନିକଟରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ବିଶ୍ୱର ରଞ୍ଜନଙ୍କ ସହ ତାଙ୍କର ଏକାଧିକ ସମର୍ଥକ ବିଜେପି ଛାଡିଥିଲେ । ବିଜୁ ଜନତା ଦଳରେ ସାମିଲ ହେବା ପୂର୍ବରୁ, ଯାଜପୁର ବରିର ନେତା ବିଶ୍ୱ ରଂଜନ କହିଛନ୍ତି ସେ ବିଜେପିରେ ନୂଆ ପୁରୁଣା ଗୋଷ୍ଠୀରେ ରହି ଅଣ ନିଃଶ୍ୱାସୀ ହୋଇ ପଡିଥିଲେ ।
ଏହି କନ୍ଦଳ ଯୋଗୁଁ ବରିରେ ଅନେକ କାମ ହୋଇପାରୁନି । ଏବେ ବିଜେଡିରେ ସାମିଲ ହେଲେ ସବୁକିଛି ଠିକଠାକ ହେବ । ବିଜେପି ପୂର୍ବରୁ ସେ କଂଗ୍ରେସରେ ଥିଲେ । ହେଲେ ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ବିଶ୍ୱ ରଂଜନ ବିଜେପିରେ ସାମିଲ୍ ହୋଇଥିଲେ । ବିଶ୍ୱ ରଞ୍ଜନଙ୍କ ସହ ତାଙ୍କ ସମର୍ଥକମାନେ ମଧ୍ୟ ଆଜି ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/4-54.jpg)