ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି : ଅଳକା ମହାନ୍ତି

360

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଡେଡି ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବେଜେଡି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶାସକ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ, ତାହା ଉପରେ ସଭିଁଙ୍କ ନଜର ରହିଥିଲା ।

ଚର୍ଚ୍ଚା ହେଉଥିଲା ଝାରସୁଗୁଡାର ଟାଣୁଆ ନେତା ତଥା ରାଜ୍ୟସରକାରଙ୍କ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ମିଳିପାରେ । ହେଲେ ଏଠି ଅଳକା ମହାନ୍ତିଙ୍କ ନାଁ ଘୋଷଣା କରି, ପୂର୍ବ ଫର୍ମୁଲାକୁ ପୁଣି ଦୋହରାଇଛି ବିଜୁ ଜନତା ଦଳ । ଶାସକ ଦଳ ପକ୍ଷରୁ ନାଁ ଘୋଷଣା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଅଳକା କହିଛନ୍ତି – ରାଜନୀତିକୁ ଆସି ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ।

ଅଳକା ମହାନ୍ତି ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ତରଫରୁ ମଇଦାନକୁ ଓହ୍ଲାଇବେ ।

– ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି
– ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ, ପତ୍ନୀ ଅଳକା ମହାନ୍ତି ରାଜନୀତିରେ ପାଦ ଥାପିଛନ୍ତି
– ଅଳକାଙ୍କ ଜନ୍ମ ୫ମେ ୧୯୭୦ରେ ସମ୍ବଲପୁର ପଟ୍ଟନାୟକପଡାରେ ହୋଇଥିଲା
– ଅଳକା ଲେଡି ଲୁଇସ ଗାର୍ଲସ୍ ହାଇସ୍କୁଲରୁ ନିଜ ସ୍କୁଲ ପାଠପଢା ଶେଷ କରିଛନ୍ତି
– ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ନିଜ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି
– ଡିସେମ୍ବର୪, ୧୯୯୯ରେ କିଶୋର ମହାନ୍ତିଙ୍କୁ ବିବାହ କରିଥିଲେ
– ପ୍ରତ୍ୟକ୍ଷ ରାଜନୀତିରେ ପୂର୍ବରୁ କେବେ ବି ଜଡିତ ହୋଇ ନାହାଁନ୍ତି ଅଳକା
– ୨୦୧୯ ନିର୍ବାଚନବେଳେ ସ୍ୱାମୀ କିଶୋର ମହାନ୍ତିଙ୍କ ପାଇଁ ପ୍ରଚାର କରିଥିଲେ
– କିନ୍ତୁ ବିଭିନ୍ନ ସମୟରେ ସ୍ୱାମୀଙ୍କ ସହ ରହି ରାଜନୀତିକୁ ଅତି ନିକଟରୁ ଦେଖିଛନ୍ତି