କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଡେଡି ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବେଜେଡି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶାସକ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ, ତାହା ଉପରେ ସଭିଁଙ୍କ ନଜର ରହିଥିଲା ।
ଚର୍ଚ୍ଚା ହେଉଥିଲା ଝାରସୁଗୁଡାର ଟାଣୁଆ ନେତା ତଥା ରାଜ୍ୟସରକାରଙ୍କ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଟିକେଟ ମିଳିପାରେ । ହେଲେ ଏଠି ଅଳକା ମହାନ୍ତିଙ୍କ ନାଁ ଘୋଷଣା କରି, ପୂର୍ବ ଫର୍ମୁଲାକୁ ପୁଣି ଦୋହରାଇଛି ବିଜୁ ଜନତା ଦଳ । ଶାସକ ଦଳ ପକ୍ଷରୁ ନାଁ ଘୋଷଣା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଅଳକା କହିଛନ୍ତି – ରାଜନୀତିକୁ ଆସି ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ।
ଅଳକା ମହାନ୍ତି ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ତରଫରୁ ମଇଦାନକୁ ଓହ୍ଲାଇବେ ।
- ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି
- ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ, ପତ୍ନୀ ଅଳକା ମହାନ୍ତି ରାଜନୀତିରେ ପାଦ ଥାପିଛନ୍ତି
- ଅଳକାଙ୍କ ଜନ୍ମ ୫ମେ ୧୯୭୦ରେ ସମ୍ବଲପୁର ପଟ୍ଟନାୟକପଡାରେ ହୋଇଥିଲା
- ଅଳକା ଲେଡି ଲୁଇସ ଗାର୍ଲସ୍ ହାଇସ୍କୁଲରୁ ନିଜ ସ୍କୁଲ ପାଠପଢା ଶେଷ କରିଛନ୍ତି
- ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ନିଜ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି
- ଡିସେମ୍ବର୪, ୧୯୯୯ରେ କିଶୋର ମହାନ୍ତିଙ୍କୁ ବିବାହ କରିଥିଲେ
- ପ୍ରତ୍ୟକ୍ଷ ରାଜନୀତିରେ ପୂର୍ବରୁ କେବେ ବି ଜଡିତ ହୋଇ ନାହାଁନ୍ତି ଅଳକା
- ୨୦୧୯ ନିର୍ବାଚନବେଳେ ସ୍ୱାମୀ କିଶୋର ମହାନ୍ତିଙ୍କ ପାଇଁ ପ୍ରଚାର କରିଥିଲେ
- କିନ୍ତୁ ବିଭିନ୍ନ ସମୟରେ ସ୍ୱାମୀଙ୍କ ସହ ରହି ରାଜନୀତିକୁ ଅତି ନିକଟରୁ ଦେଖିଛନ୍ତି