ପୁଣି ଝୁଲିଲା ନିଷ୍ପତ୍ତି ! ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନା ନାହିଁ ସ୍ଥିର କରିବ ସବକମିଟି

24

କନକ ବ୍ୟୁରୋ: ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ ନିଷ୍ପତ୍ତି ପୁଣି ଝୁଲିଲା । ରେଭେନ୍ସାରେ ନିର୍ବାଚନ ହେବ ନା ନାହିଁ, ଏହାର ନିଷ୍ପତ୍ତି ସବକମିଟି ନିଷ୍ପତ୍ତି ନେବ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦରକାର ହେଲେ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରି ନିର୍ବାଚନ କିପରି କରାଯିବ, ତାହା ସ୍ଥିର କରିବ ରେଭେନ୍ସା ସବକମିଟି ।

ଗତକାଲି ସଂଧ୍ୟାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇ ଏହି ସୂଚନା ଦେଇଛନ୍ତି ରେଭେନ୍ସା କୁଳପତି । ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ନ କରି ଛାତ୍ର ପରିଷଦ ନିର୍ବାଚନ କରିବାକୁ କୁଳପତି ନିଷ୍ପତ୍ତିି ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି ପ୍ରକ୍ରିୟାକୁ ବିରୋଧ ହେବାରୁ ରେଭେନ୍ସା ରେ ନିର୍ବାଚନ ସ୍ଥଗିତ ରହିଥିଲା ।