ରାଜ୍ୟର ୩୪ଟି ବୁଥରେ ସାନି ମତଦାନ : ୩ୟ ପର୍ଯ୍ୟାୟର ୧୨ଟି ଓ ୪ର୍ଥ ପର୍ଯ୍ୟାୟର ୨୨ଟି ବୁଥରେ ଚାଲିଛି ମତ ଗ୍ରହଣ

ସକାଳ ୭ଟାରୁ ମତଦାନ ଜାରି । ଏହି ବୁଥ ଗୁଡିକରେ ଅନିୟମିତତା ଓ ତ୍ରୁଟି ଅଭିଯୋଗ ଥିଲା

89

କନକ ବ୍ୟୁରୋ: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ କିଛି ବୁଥରେ ଅନିୟମିତତା ଓ ତ୍ରୁଟି ଅଭିଯୋଗ ଆସିଥିଲା। ସେଗୁଡ଼ିକୁ ବିଚାରକୁ ନେଇ ୩୪ଟି ବୁଥରେ ଆଜି ସାନି ମତଦାନ ହେଉଛି। ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟର ୧୨ଟି ବୁଥ୍ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍ ରହିଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ ମଧ୍ୟ କରାଯାଇଛି।

ତେବେ ସାନି ମତଦାନ ହେଉଥିବା ବୁଥ ଗୁଡିକ ହେଲା, ବରୀରେ ୫ଟି ବୁଥ୍, ବାରିପଦା, ମାହାଙ୍ଗା ଓ ଆଠଗଡ଼ରେ ୪ଟି ଲେଖାଏ ବୁଥ୍, ଜଳେଶ୍ବର, ବ୍ରହ୍ମଗିରି ଓ ବିଞ୍ଝାରପୁରରେ ୨ଟି ଲେଖାଏ ବୁଥ୍, ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ବର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପରେ ଗୋଟିଏ ଲେଖାଏ ବୁଥରେ ସାନି ମତଦାନ ହେଉଛି।