ସହରର ସବୁଜିମା ଫେରାଇ ଆଣିବା ସ୍ମାର୍ଟ ସିଟି ପାଇଁ ସବୁଠୁ ବଡ଼ ଆହ୍ବାନ ପାଲଟିଛି। ଭାଙ୍ଗିଯାଇଥିବା ଗଛଗୁଡ଼ିକର ମୂଲ୍ୟ ଭରଣା କରିବା କିଛି ବର୍ଷ ଯାଏଁ ନିଶ୍ଚିତ କାଠିକର ହେବ। ତେବେ ଆଧୁନିକ ପ୍ରଣାଳୀରେ ବଡ଼ଗଛକୁ ପୁଣି ସଳଖି ଠିଆ କରିପାରିଲେ ତାହା କେଇ ବର୍ଷ ଭିତରେ ପୁଣି ରାଜଧାନୀକୁ ସବୁଜ କରିପାରିବ ବୋଲି ପରିବେଶବିତ୍ ଡ.ଏସ୍.ଏନ୍ ପାତ୍ର କହିଛନ୍ତି।

Advertisment

publive-image

କିଛି ମାସ ତଳେ ପ୍ରଶାସନ ମାଷ୍ଟରକ୍ୟାଣ୍ଟିନ୍ ନିକଟରୁ ଉପୁଡ଼ା ଯାଉଥିବା ଗଛଗୁଡ଼ିକୁ ନେଇ ମଧୁସୂଦନ ପାର୍କ, ଆଇଜି ପାର୍କ ସମେତ ଅନ୍ୟ ପାର୍କରେ ରୋପଣ କରିଥିଲା। ୫୦-୬୦ ଗଛ ସ୍ଥାନାନ୍ତର କରି ବାଃ ବାଃ ନେଇଥିବା ପ୍ରଶାସନ ମେସିନ୍ ଜରିଆରେ ଏଗୁଡ଼ିକ ସ୍ଥାନାନ୍ତରିତ କରିଥିବା ବେଳେ ଏବେ ପ୍ରଶାସନ ପାଇଁ ଏହା ଚ୍ୟାଲେଞ୍ଜ୍ ପାଲଟିଛି। ସଂପ୍ରତି ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇରେ ଟ୍ରି-ସ୍ପେଡ୍ ମେସିନ୍ ସାହାଯ୍ୟରେ ଦିନକ ମଧ୍ୟରେ ୬ଟି ବଡ଼ଗଛକୁ ରି-ପ୍ଲାଣ୍ଟ୍ କରାଯାଇପାରୁଛି। ଯଦିଓ ବର ଓ ଓସ୍ତ ଗଛ ଭଳି ଗଛକୁ ପୁନଃ ସେହି ସ୍ଥାନରେ ଠିଆ କରିବା ପାଇଁ ଅଧିକ ଖର୍ଚାନ୍ତ ହେବାକୁ ପଡ଼ିବ କିନ୍ତୁ ଅନ୍ୟ ମଧ୍ୟମ ସାଇଜର ଗଛଗୁଡ଼ିକୁ ସେଇ ସ୍ଥାନରେ ଗାତ ଖୋଳି ପୋତିପାରିଲେ ସବୁଜିମା ଅନେକାଂଶରେ ଭରଣା ହୋଇପାରିବ। ଶ୍ରୀ ପାତ୍ରଙ୍କ କହିବା ମୁତାବକ, ଯେତେ ସମ୍ଭବ ବରଗଛର ବଡ଼ବଡ଼ ଡାଳକୁ ସେଇ ସ୍ଥାନ ଓ ଅନ୍ୟ ସ୍ଥାନରେ ରୋପଣ କରାଯିବା ଉଚିତ୍। ଚେର ଓହଳ ମାଧ୍ୟମରେ ବରଗଛ ବଢ଼ିପାରୁଥିବାରୁ ବଡ଼ ଡାଳ କାଟି ଲଗାଇଲେ କିଛି ବର୍ଷ ମଧ୍ୟରେ ଏହା ପରିବେଶକୁ ବହୁ ମୂଲ୍ୟବାନ ଦାନ ଦେଇପାରିବ।

publive-image

ଅଧାରୁ ଭାଙ୍ଗି ପଡ଼ିଥିବା ଅଧିକାଂଶ ଗଛର ରି-ଜେନେରେଟିଂ ଏବିଲିଟି ଥିବାରୁ ପ୍ରାୟ ୯୦ ପ୍ରତିଶତ ଗଛ ମାତ୍ର କେଇ ବର୍ଷ ମଧ୍ୟରେ ବଞ୍ଚିଯାଇପାରିବ। ବର, ଓସ୍ତ ଓ ଶାଳ ଗଛ ଶହଶହ ବର୍ଷ ବଞ୍ଚୁଥିବା ବେଳେ ୫୦ ବର୍ଷର ହୃଷ୍ଟପୃଷ୍ଟ ଗଛଟିଏ ପରିବେଶ ପାଇଁ ରତ୍ନ ତୁଲ୍ୟ। ଏହି ତୁଳନାରେ ଅର୍ଜୁନ, ଆମ୍ବ, କେନ୍ଦୁ, କଦମ୍ବ, କରଞ୍ଜ, ମୁଚୁକୁନ୍ଦ, ପଳାସ ଗଛ ଆଦିର ବୟସ ହେଉଛି ୫୦ରୁ ୬୦ ବର୍ଷ। ତେଣୁ ସବୁଜିମାକୁ ଫେରାଇ ଆଣିବା ପାଇଁ ସ୍ମାର୍ଟ ସିଟି କି ସ୍ମାର୍ଟ ବ୍ୟବସ୍ଥା ଆପଣାଉଛି ତାହା ଉପରେ ପରିବେଶବିତଙ୍କ ନଜର।