କନକ ବ୍ୟୁରୋ: ୧୪ରେ ରତ୍ନଭଣ୍ଡାର ଖୋଲିଲା । ୧୮ରେ ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେଲା । ଅପେକ୍ଷା ଥିଲା କେବେ ହେବ ଯାଂଚ । ଆଇନ୍ ମନ୍ତ୍ରୀ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ରତ୍ନଭଣ୍ଡାର ତନଖି ପାଇଁ ଏଏସଆଇକୁ ହସ୍ତାନ୍ତର କରାଯିବ। ସରକାର ପୂର୍ବରୁ କହିଛନ୍ତି, ମରାମତି ଶେଷ ହେବା ପରେ ରତ୍ନଅଳଙ୍କାର ଗଣତିମଣତି ହେବ ।
୧୪ ତାରିଖରେ ଖୋଲିଲା ଭିତର ରତ୍ନଭଣ୍ଡାର । ୧୮ ତାରିଖରେ ହେଲା ଅଳଙ୍କାର ସ୍ଥାନାନ୍ତରଣ । ହେଲେ ରତ୍ନଭଣ୍ଡାର ଭିତରେ ସୁଡଙ୍ଗ ଅଛି କି? ଏହାର ରହସ୍ୟ ଭେଦ କରିବ ଏଏସଆଇ । ଆଉ ଦିନେ ଦୁଇଦିନ ଭିତରେ ପୁଣି ଖୋଲିପାରେ ଭିତର ରତ୍ନଭଣ୍ଡାର । ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲି ପ୍ରଥମ ଯାଂଚ କରିବ ଏଏସଆଇ ଟିମ । ଆଉ ଏହା ପରେ ମରାମତି ନେଇ ନିଷ୍ପତ୍ତି ନିଆଯିବ ।
ସୂଚନା ଅନୁସାରେ, ଭିତର ରତ୍ନୠଣ୍ଡାରର ଯାଂଚ ପାଇଁ ଭାରତୀୟ ପତ୍ନତାତ୍ବିକ ସର୍ଭେକ୍ଷଣ ସଂସ୍ଥା, ଏଏସଆଇ ଟିମ ପୁରା ପ୍ରସ୍ତୁତ ହୋଇ ରହିଛି ।
-ଭିତର ରତ୍ନଭଣ୍ଡାରର କାନ୍ଥ ଓ ଚଟାଣର ହେବ ଲେଜର ସ୍କାନିଂ
-ନୂଆ କୌଶଳରେ ରତ୍ନଭଣ୍ଡାରର ଅନୁସନ୍ଧାନ କରାଯିବ
-କାନ୍ଥ ପଛପଟେ ଓ ଚଟାଣ ସୁରକ୍ଷିତ ଅଛି କି ନାହିଁ ତାହା ଜଣାପଡିବ
ଯେହତୁ ଭିତର ରତ୍ନୠଣ୍ଡାରର କାନ୍ଥ ଓ ଚଟାଣ ସନ୍ତସନ୍ତଆ ରହିବା ସହ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି, ତେଣୁ ଏହାର ମରାମତି ନେଇ ନିଷ୍ପତ୍ତି ନେବ ଏଏସଆଇ । ୧୮ ତାରିଖରେ ଭିତର ରତ୍ନଭଣ୍ଡାରର ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯାଇଛି । ଏସଏସଆଇର ଯାଂଚ ସରିଲା ପରେ ଅଳଙ୍କାରକୁ ଭିତର ରତ୍ନଭଣ୍ଡାରକୁ ଅଣାଯାଇ ଗଣତିମଣତି କରାଯିବ । ତେବେ କେତେ ଅଳଙ୍କାର ରହିଛି ତା ଉପରେ ସାରା ରାଜ୍ୟର ନଜର ରହିଛି ।