କନକ ବ୍ୟୁରୋ : ସରକାରଙ୍କୁ ହାଇକୋର୍ଟ ଝଟକା । ଅବସରପ୍ରାସ୍ତ ଆଇଏଏସ ଅଧିକାରୀ ଗୋପବନ୍ଧୁ ଶତପଥୀଙ୍କୁ ପୁଣି ନିଯୁକ୍ତି ଘଟଣାରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଅବସର ପରେ ଗୋପବନ୍ଧୁଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ( ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ)ର ପରିଚାଳନା ନିର୍ଦ୍ଦେଶକ ତଥା ଏମଡି ଭାବେ ନିଯୁକ୍ତି ଦେଇଥିଲା ବିଭାଗ । ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ଗୋପବନ୍ଧୁ ଶତପଥୀଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଏଥିସହ କେଉଁ ପରିସ୍ଥିତିରେ ଏଭଳି ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁଣି ନିଯୁକ୍ତି ଦିଆଗଲା ତାହା ଉପରେ ଜବାବ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏନେଇ ବେଣୁମାଧବ ତ୍ରିପାଠୀଙ୍କ ଜନସ୍ୱାର୍ଥ ଆବେଦନର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଓ ଜଷ୍ଟିସ୍ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ । ସୂଚନାଯେ, ଗତବର୍ଷ ଶ୍ରୀ ଶତପଥୀଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଏମଡି ନିଯୁକ୍ତି ନିର୍ଦ୍ଦେଶକୁ ହାଇକୋର୍ଟ ବେଆଇନ ଦର୍ଶାଇଥିଲେ । କିନ୍ତୁ ସେହିଦିନ ବିଭାଗ ତାଙ୍କୁ ଏମଡି ଭାବେ ନିଯୁକ୍ତି ଦେଇଥିଲା ।