କନକ ବ୍ୟୁରୋ: ରନୱେ ରିକାର୍ପେଟିଂ ପାଇଁ ବନ୍ଦ ହେବନି ବିମାନ ଚଳାଚଳ । ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର ଆରମ୍ଭ ହେବ ରିକାର୍ପେଟିଂ କାମ ଆଉ ୮ରୁ ୧୦ ମାସ ଧରି ଏହି କାମ ଚାଲିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ରାତିରେ ଏହି କାମ କରାଯିବ କିନ୍ତୁ ଶେଷ ପର୍ଯ୍ୟାୟରେ ପାଖାପାଖି ୨ରୁ ୩ମାସ ପାଇଁ ଦିନ ବେଳା ଏହି ରିକାର୍ପେଟିଂ କାମ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଭି.ଭି.ରାଓ ।
ସେ କହିଛନ୍ତି କି, ବିମାନବନ୍ଦରର ରନୱେ ରିକାର୍ପେଟିଂ କାମ ପାଇଁ ବିମାନ ଚଳାଚଳ ସେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଏଥିପାଇଁ ବିଭିନ୍ନ ବିମାନ କଂପାନୀମାନଙ୍କ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯିବା ନେଇ କହିଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ରିକାପେର୍ଟିଂ କାମ ଆରମ୍ଭ ହେବ । ଏହି ରିକାର୍ପେଟିଂ କାମ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୮ରୁ ୧୦ ମାସ ଧରି ଚାଲିବ । ତେଣୁ ଏଥିପାଇଁ ରିକାର୍ପେଟିଂକୁ ଦୃଷ୍ଟିରେ ରଖି ବିଭିନ୍ନ ବିମାନ କଂପାନୀମାନଙ୍କ ସହ ଆଲୋଚନା କରାଯାଇ ବିମାନ ଚଳାଚଳର ସମୟରେ ପରିବର୍ତ୍ତନ କରାଯିବ । ଫଳରେ ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କହିଛନ୍ତି ଭି.ଭି.ରାଓ ।