ଢେଙ୍କାନାଳ ବଳରାମପୁରରେ ଆରଡିସି: ଜଙ୍ଗଲ ବୁଲି ଦେଖିବା ସହ ଗଛ କଟା ନେଇ ଗାଁ ଲୋକଙ୍କ ସହ କଲେ ଆଲୋଚନା

ଗାଁରେ ବସିଲା ସଭା

97

କନକ ବ୍ୟୁରୋ: ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ବାତିଲ ହେବା ପରେ ଆଜି ଆରଡିସି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି । ଆରଡିସି ଡି ଭି ସ୍ୱାମୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବଳରାମପୁରରେ ପହଚିଂଛନ୍ତି । ଜଙ୍ଗଲ ବୁଲି ଦେଖିବା ସହ ଗଛ କଟା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ବହୁ ବାଦ ବିବାଦରେ ପରେ ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍ଟ୍ରିକୁ ଗତକାଲି ବାତିଲ କରାଯାଇଥିଲା ।

 

ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ବଟଲିଂ ପ୍ଲାଂଟ ପ୍ରକଳ୍ପକୁ ଅନ୍ୟତ୍ର ଜାଗା ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆରଡିସି ସ୍ତରୀୟ ତଦନ୍ତ ଆଧାରରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଥିଲେ । ଶନିବାର ଦିନ ଗଛ କଟାକୁ ବିରୋଧ କରି ଢେଙ୍କାନାଳ ବଳରାମପୁରରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

ଇଡକୋ ଦ୍ୱାରା ଗୃହିତ ବିୟର କମ୍ପାନୀ ଓ ବଟଲିଂ ପ୍ଲାଂଟ ପାଇଁ ଗଛ କଟାଯାଉଥିବା ବେଳେ ମହିଳାମାନେ ଠେଙ୍ଗା ବାଡି ଧରି ଜଙ୍ଗଲରେ ପହଚିଂଥିଲେ । ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।