ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ଯାଜପୁର ପୁଲିସ

Advertisment
ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ଯାଜପୁର ପୁଲିସ

କନକ ବ୍ୟୁରୋ: ରମାଦେବୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ  ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୁଲିସ।

ତେବେ ଇତି ମଧ୍ୟରେ ଜାନୁଆରି ୨୬ତାରିଖର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏକ ଫାଷ୍ଟଫୁଡ ଦୋକାନରେ ଲାଗିଥିବା ସିସିଟିଭିରେ ଉଭୟ ରାକେଶ ଏବଂ ଝରାଫୁଲଙ୍କୁୁ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଜାନୁଆରି ୨୬ ତାରିଖ ଦିନ ୧୨.୨୦ରେ ଝରାଫୁଲ ଏବଂ ରାକେଶ ଖାଇବା ପାଇଁ ଏକ ଫାଷ୍ଟଫୁଡ ଦୋକାନରେ ପହଞ୍ଚିଥିଲେ। ସେଠାରେ ଖାଇବା ଆସିବା ପରେ ରାକଶେ ଝରାଫୁଲଙ୍କୁ ଖୁଆଇ ଦେଇଥିଲେ। ହେଲେ ଖାଦ୍ୟ ଖାଇବା ମାତ୍ରେ ଝରାଫୁଲ ଭେଁ ଭେଁ ହୋଇ କାନ୍ଦିବା ସହ ପେଟରେ ଯନ୍ତ୍ରଣା ‌ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ଝରାଫୁଲଙ୍କର ବାନ୍ତି ହୋଇଥିଲା। ବାନ୍ତି କରିବା ଦେଖି ରାକେଶ ତାଙ୍କୁ ସ୍କୁଟି ଯୋଗେ ଦିନ ୧ଟା ୫ରେ ସେଠାରୁ ନେଇ ବାହାରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe