ସୋସିଆଲ ମିଡିଆରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗ : ପ୍ରଥମଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଅପବାଦର ଶୀକାର ଛାତ୍ରୀ

33

କନକ ବ୍ୟୁରୋ : ଫେସବୁକର ପ୍ରାଇଭେସି ମୋଡରେ ଥିବା ଫଟୋ କେମିତି ଲାଗିଲା ସେ ଆରୋହୀ କ୍ରିଏସନର ହାତରେ । ପ୍ରଥମଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଅପବାଦର ଶୀକାର ହୋଇଥିବା ଛାତ୍ରୀ । ଛାତ୍ରୀଙ୍କ ବୟାନ ଘଟଣାକୁ ଦେଇଛି ଭିନ୍ନ ଏକ ମୋଡ ।

ଅନ୍ୟପଟେ ଆରୋହୀ କ୍ରିଏସନର ମୁଖ୍ୟ ସୁଜିତ ସାହୁ ଲାଗିଛି କ୍ରାଇମବ୍ରାଂଚ ହାତରେ । ହେଲେ ଏବେବି ସମ୍ପୁର୍ଣ୍ଣ ସୁରକ୍ଷିତ ନୁହଁନ୍ତି ଛାତ୍ରୀ । କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିବାକୁ ୨୪ ଘଂଟା ନପୁରୁଣୁ ଛାତ୍ରୀଙ୍କୁ ଆସିଛି ଧମକ । ତେବେ ତଦନ୍ତ ଆଗକୁ ଗଲେ, କଲେଜ ଛାତ୍ରୀଙ୍କ ମୁଖା ଖୋଲିବ ବୋଲି କହିଛନ୍ତି ଅପବାଦରେ ଥିବା ଛାତ୍ରୀ । କେବଳ ସୁଜିତକୁ ଗିରଫ କଲେ, ହେବନୀ, କଲେଜର ଭିଲେନକୁ ସାମନାକୁ ଅଣାଯାଉ ବୋଲି ଦାବୀ କରିଛନ୍ତି ଅପବାଦରେ ଥିବା ଛାତ୍ରୀ ।

ରିମାଣ୍ଡରେ ଆସିପାରେ ଖଳନାୟକ ସୁଜିତ ସାହୁ । କାହିଁକି ସେ ଅପଲୋଡ କରିଥିଲା ଛାତ୍ରୀଙ୍କ ଫଟୋ । ଫଟୋ ଅପଲୋଡ ପଛର କଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ । କିଏ ସେହି ଛାତ୍ରୀ ଯିଏ ସୁଜିତକୁ ଯୋଗାଇ ଦେଇଥିଲା ଫଟୋ । ଏସବୁ ପ୍ରଶ୍ନର ଉତର ଖୋଜିବ କ୍ରାଇମବ୍ରାଂଚ ।