୭୦ ଟଙ୍କାରେ ବର୍ଷେ ପାଇଁ ଅସୀମିତ ଡାଟା ! ସ୍ୱାଧୀନତା ଦିବସ ଉପଲକ୍ଷେ ରିଲାଏନ୍ସର ଦମଦାର୍ ଅଫର୍

୭୦ ଟଙ୍କାରେ ବର୍ଷେ ପାଇଁ ଅସୀମିତ ଡାଟା ! ସ୍ୱାଧୀନତା ଦିବସ ଉପଲକ୍ଷେ ରିଲାଏନ୍ସର ଦମଦାର୍ ଅଫର୍

Image Courtesy : https://telecomtalk.info

କନକ ବ୍ୟୁରୋ : ସ୍ୱାଧୀନତାର ୭୦ବର୍ଷ ପୂର୍ତ୍ତି ଅବସରରେ ଗ୍ରାହକଙ୍କ ପାଇଁ ଦମଦାର ଅଫର୍ ଆଣିଛି ରିଲାଏନ୍ସ  । ଅନୀଲ୍ ଅମ୍ବାନୀଙ୍କ ପରିଚାଳିତ ଏହି ଆରକମ୍ ମାତ୍ର ୭୦ଟଙ୍କାରେ ଏକ ବର୍ଷ ପାଇଁ ପ୍ରଦାନ କରିଛି ଅସୀମିତ ଡାଟା  । ଏହି ପ୍ଲାନର ନାଁ ହେଉଛି ‘ଡାଟା କି ଆଜାଦି’  । ଏହି ପ୍ଲାନ୍‌ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ୨ଜି ସ୍ପିଡରେ ଉପଲବ୍ଧ ରହିଛି। ‘ଡାଟା କି ଆଜାଦି’ ଅଫରର ଫାଇଦା ଉଠାଇବାକୁ ହେଲେ ଅଗଷ୍ଟ ୧୪ରୁ ୧୬ ମଧ୍ୟରେ ରିଚାର୍ଜ କରିବା ପାଇଁ ପଡ଼ିବ।

‘ଡାଟା କି ଆଜାଦି’ରେ ୫୬ଟଙ୍କାର ଟକ୍‌ ଟାଇମ୍‌ ବି ମିଳିବ। ଜିଏସଏମ୍‌ ସିମ୍‌ ବ୍ୟବହାରକାରୀ ଏକବର୍ଷ ପ୍ରତ୍ୟେକ ଦିନ ୧ଜିବି ଡାଟାର ସୁବିଧା ପାଇ ପାରିବେ। ଏଲଟିଇ ସିମ୍‌ କାର୍ଡ ଗ୍ରାହକ ବି ଏହି ଅଫରର ବ୍ୟବହାର କରିପାରିବେ । କିନ୍ତୁ ସୋମାନଙ୍କୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ୧ଜିବି ଡାଟା ମିଳିବ। ଏଥିପୂର୍ବରୁ କମ୍ପାନି ୧୪୭ ଓ ୨୯୯ପ୍ଲାନ୍‌ ଲଞ୍ଚ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe