ଆଜି ବାଙ୍ଗାଲୋର-ରାଜସ୍ଥାନ ଭେଟାଭେଟି । ଟସ୍ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।

142

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଆରସିବି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବାରୁ ରାଜସ୍ଥାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ତେବେ ଦୁଇ ଦଳର ଚୂଡାନ୍ତ ଏକାଦଶରେ ଆଜି ସେଭଳି କୌଣସି ବଡ ପରିବର୍ତ୍ତନ ହେବା ଦେଖିବାକୁ ମିଳିନି । ଆଜି ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବାରୁ ଦୁଇ ଦଳର ଫ୍ୟାନ୍ସମାନେ ଏକ ବଡ ଇଂନିସ ଆଶା ରଖିଛନ୍ତି ।

ଏହାପୂର୍ବରୁ ଦୁଇ ଦଳ ୩ଟି ଲେଖାଏଁ ମ୍ୟାଚ୍ ଖେଳିସାରିଛନ୍ତି । ଆରସିବି ତା ଭିତରୁ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି । ସେହିପରି ରାଜସ୍ଥାନ ୩ଟି ମ୍ୟାଚରୁ କେବଳ ଗୋଟିଏରେ ଜିତି ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । ବାଙ୍ଗାଲୋର ଆଜି ନିଜର ବିଜୟ ଅଭିଯାନ ଜାରି ରଖିବାକୁ ରଣନୀତି କରିଥିବାବେଳେ ରାଜସ୍ଥାନ ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିଛି ।