ଆଇପିଏଲ ଟକ୍କର: ଟସ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

80

କନକ ବ୍ୟୁରୋ: ଆଜିର ଆଇପିଏଲ ଶେଷ ଲିଗ ମ୍ୟାଚରେ ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଦିଲ୍ଲୀ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର ଦଳ । ଉଭୟ ଦଳ ପ୍ଲେ ଅଫରେ ପ୍ରବେଶ କରି ସାରିଛନ୍ତି । ତେଣୁ ଆଜିର ମ୍ୟାଚରେ ଉଭୟ ଦଳ ଜିତି ନିଜ ସ୍ଥାନକୁ ମଜୁବତ କରିବାକୁ ଚେଷ୍ଟା କରିବେ ।

ଉଭୟ ଦଳ ଚଳିତ ଆଇପିଏଲରେ ୧୩ଟି ଲେଖାଏଁ ମୟାଚ ଖେଳିଛନ୍ତି । ବାଙ୍ଗାଲୋର ୮ଟିରେ ବିଜୟ ଓ ୫ଟିରେ ପରାଜୟ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ୧୦ଟି ବିଜୟ ଓ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।