ଆଇପିଏଲ ଲଢେଇ: ଟସ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ଫିଲ୍ଡିଂ ପାଇଁ ମୈଦାନକୁ ଓହ୍ଲାଇବ କୋଲକାତା । 

65

କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡର । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର ଦଳ । ତେଣୁ ପ୍ରଥମେ ବୋଲିଂ କରିବ କୋଲକାତା ନାଇଟ ରାଇଡର । ଆଜିର ମ୍ୟାଚରେ ବାଙ୍ଗାଲୋର ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ । ସେପଟେ କୋଲକାତା ବିଜୟକୁ ଫେରିବାକୁ ଚେଷ୍ଟା କରିବ ।

ବାଙ୍ଗାଲୋର ଟିମରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ମ୍ୟାକ୍ସୱେଲ ଓ ପାଡିକଲଙ୍କ ଭଳି ଖେଳାଳି ରହିଛି । ସେପଟେ କୋଲକାତାରେ ନୀତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇୟନ ମୋର୍ଗାନଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଆଜି ଗୋଟେ ଇଙ୍ଗ ସ୍କୋର ହେବାର ଆଶଙ୍କା ରହିଛି ।