ଛାକ-ଚୌକାରେ ଦୁଲୁକିଲା ଦୁବାଇ । ସୁପର ଓଭରରେ ଜିତିଲା ଆରସିବି, ଇଶାନ୍ କିଷନ-ପୋଲାର୍ଡଙ୍କ ଦମଦାର ବ୍ୟାଟିଂ ସତ୍ୱେ ବାଜି ମାରିନେଲା ବିରାଟ ବାହିନୀ ।

824

କନକ ବ୍ୟୁରୋ: ଛକା-ଚୌକାରେ ଦୁଲୁକିଲା ଦୁବାଇ ଷ୍ଟାଡିୟମ୍ । ରୋହିତ୍ ପଲଟନ୍ ଉପରେ ଭାରି ପଡ଼ିଲା ବିରାଟ ବାହିନୀ । ହାଇଭୋଲଟେଜ୍ ମ୍ୟାଚର ସୁପର ଓଭରରେ ବାଜି ମାରିନେଲା ରୟାଲ ଚ୍ୟାଲେଞ୍ଜର୍ସ । ବିରାଟ ବାହିନୀ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମ୍ନାରେ ୨୦୨ର ବିଶାଳ ସ୍କୋର ଛିଡ଼ା କରିଥିଲା । ହେଲେ ଇଶାନ୍ କିଷନ-ପୋଲାର୍ଡଙ୍କ ଦମ୍ଦାର ବ୍ୟାଟିଂ ସହ ଶତକୀୟ ଭାଗିଦାରୀରେ ଦଳ ମ୍ୟାଚକୁ ଶେଷ ଓଭର ଯାଏଁ ନେଇଥିଲା । କିନ୍ତୁ ସୁପର ଓଭରରେ ବାଜି ମାରି ନେଇଛି ବିରାଟ ବାହିନୀ ।

ସୁପର ଓଭରରେ ମୁମ୍ବାଇ ୮ ରନର ଟାର୍ଗେଟ ଦେଇଥିବାବେଳେ ବିରାଟ-ଡିଭିଲିୟର୍ସଙ୍କ ଯୋଡ଼ି ଆରସିବିକୁ ବିଜୟର ସ୍ୱାଦ ଚଖାଇଛି । ତେବେ ସେପଟେ ପଏଣ୍ଟ ଟେବୁଲ ତାଲିକାରେ ପୁଣି ୨ ଅଙ୍କ ପାଇ ବିରାଟ ବାହିନୀ ଦ୍ୱିତୀୟ ବିଜୟ ହାସଲ କରିଛି ।