ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ ।

172

କନକ ବ୍ୟୁରୋ: ଦେବଦତ୍ତଙ୍କ ଧୂଆଁଧାର ଇଂନିସରେ ବିଜୟୀ ହେଲା ବାଙ୍ଗାଲୋର । ଆଜି ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । ଦଳ ତରଫରୁ ଯୁବ ଓପନର ଦେବଦତ୍ତ ପାଡିକଲ ଶତକ ହାସଲ କରିଥିବାବେଳେ ନିଜେ ଅଧିନାୟକ କୋହଲି ୭୨ ରନ୍ କରି ଅପରାଜିତ ରହିଥିଲେ ।

ଆଜି ଟସ୍ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ତେବେ ଦଳ ଆରମ୍ଭରୁ ହିଁ ଝଟକା ଖାଇଥିଲା । ଦଳର ସ୍କୋର ୧୬ ରନ୍ ଥିବାବେଳେ ଦଳ ଦୁଇ ଓପନରଙ୍କୁ ହରାଇଥିଲା  । ଏହାପରେ ଡେଭିଡ୍ ମିଲର ମଧ୍ୟ ନିଜର ୱିକେଟ୍ ଫୋପାଡିଥିଲେ । ତେବେ ଶେଷ ଆଡକୁ ଶିଭମ ଦୁବେ ଓ ରାହୁଲଙ୍କ ଇଂନିସ ଯୋଗୁଁ ଦଳର ସ୍କୋର ଆଗକୁ ବଢିବା ସହିତ ୧୭୭ ରନ୍ ହୋଇଥିଲା ।

ବାଙ୍ଗାଲୋର ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ୩ଟି ଲେଖାଏଁ ସଫଳତା ପାଇଥିଲେ । ତାଙ୍କ ସହ ଜାମିନସନ, ରିଚାର୍ଡସନ ଓ ସୁନ୍ଦର ମଧ୍ୟ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବାଙ୍ଗାଲୋର ବିନା କୌଣସି ୱିକେଟ ହରାଇ ନିଜର ବିଜୟ ଲକ୍ଷ୍ୟରେ ପହଂଚିଯାଇଛି ।