ବାଙ୍ଗାଲୋର ବୋଲରଙ୍କ ଚମତ୍କାର ବୋଲିଂ । ହାଇଦ୍ରାବାଦ ହାତରୁ ଛଡାଇ ଆଣିଲେ ମ୍ୟାଚ । ୬ ରନରେ ବିଜୟୀ ହେଲା ଆରସିବି ।

112

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ହାତରୁ ମ୍ୟାଚ ଛଡାଇ ଆଣିଛି ଆରସିବି । ଏହି ମ୍ୟାଚରେ ୬ ରନରେ ବିଜୟ ହାସଲ କରିଛି ବିରାଟ ବାହିନୀ । ଏହାସହ ବାଙ୍ଗାଲୋର ୨ଟି ମ୍ୟାଚ ଜିତି ଏବେ ଆତ୍ମବିଶ୍ୱାସ ଦୃଢ ରଖିଛି ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ ଦଳ । ତେଣୁ ପ୍ରଥମେ ବ୍ୟାଟିଂ ଆସିଥିଲା ବାଙ୍ଗାଲୋର । ହେଲେ ଭଲ ପ୍ରଦର୍ଶନ କରି ପାରିନଥିଲେ । ଏହି ମ୍ୟାଚରେ ମ୍ୟାକ୍ସୱେଲ ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଦଳ ୧୪୯ ରନ କରିବାରେ ସକ୍ଷମ ହୋଇଥିଲା ।

୧୫୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ ଦଳ ବି ଫେଲ ମାରିଥିଲା । ଡେଭିଡ ୱର୍ଣ୍ଣର ଓ ମନିଷ ପାଣ୍ଡେ ଦଳକୁ ବିଜୟୀ ଅଭିମୁଖେ ନେଇଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଏହି ମ୍ୟାଚକୁ ୬ ରନରେ ହାରିଥିଲା ହାଇଦ୍ରାବାଦ ।