ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୭ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

270

କନକ ବ୍ୟୁରୋ : ଆଜିର ମ୍ୟାଚରେ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ଏହି ମ୍ୟାଚକୁ ରାଜସ୍ଥାନଠାରୁ ୭ ୱିକେଟରେ ବିଜୟୀ ହୋଇଛି । ଫଳରେ ବାଙ୍ଗାଲୋର ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁରକ୍ଷିତ ରଖିଛି ।

ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ରାଜସ୍ଥାନ ବ୍ୟାଟ୍ସମ୍ୟାନ ବ୍ୟାଟିଂ ଆରମ୍ଭ କରିଥିଲେ । ହେଲେ ଦଳ ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ୫୭, ରବିନ ଉଥପ୍ପା ୪୧ ଓ ଜୋଶ ବଟଲର ୨୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୭୭ ରନ କରିଥିଲା ।

ପରେ ୧୭୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାଙ୍ଗାଲୋର ଦଳ । ବାଙ୍ଗାଲୋର ପକ୍ଷରୁ ଭଲ ଆରମ୍ଭ ହୋଇଥିଲା । ହେଲେ ବିରାଟ କୋହଲିଙ୍କ ୱିକେଟ ପରେ ଦଳ ସନ୍ତୁଳନ ହରାଇ ବସିଥିଲା । ସେ ସମୟରେ ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରାଇଥିଲା । ଦଳ ପକ୍ଷରୁ ଡିଭିଲିୟର୍ସ ୫୫, ବିରାଟ କୋହଲି ୪୩ ଓ ପାଡିକଲ ୩୫ ରନ କରିଥିଲେ । ଫଳରେ ଦଳ ୧୯ ଓଭର ୪ଟି ବଲରେ ୩ ୱିକେଟ ହରାଇ ୧୭୯ ରନ କରିଥିଲା ।