ମ୍ୟାକ୍ସୱେଲ-ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୨୦୪ ରନର ବିଶାଳ ସ୍କୋର କଲା ବାଙ୍ଗାଲୋର । କୋଲକାତା ଆଗରେ ୨୦୫ରନର ବିଜୟ ଲକ୍ଷ୍ୟ 

134

କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଛି ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ମ୍ୟାକ୍ସୱେଲ ଓ ଡିଭିଲିୟର୍ସ ଧୂଆଁଧାର ବ୍ୟାଟିଂ କରିଛନ୍ତି । ଫଳରେ ବଙ୍ଗାଲୋର ୨୦୪ ରନର ବିଶାଳ ସ୍କୋର କରିଛି । ଏହାସହ ଏବେ କୋଲକାତା ଆଗରେ ୨୦୫ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ବିଫଳ  ହୋଇଥିଲେ । ଏହାପରେ ଗ୍ଲେନ ମାକ୍ସୱେଲ ଓ ଡିଭିଲିୟର୍ସ ଚମତ୍କାର ବ୍ୟାଟିଂ କରିଥିଲେ । ମାକ୍ସୱେଲ ୭୮ ଓ ଡିଭିଲିୟର୍ସ ୭୬ ରନ କରିଥିଲେ । ଫଳରେ ୨୦ ଓଭରରେ ୪ ୱିକେଟ ହରାଇ ୨୦୪ ରନ କରିଥିଲା ।