ବୁମରାହଙ୍କ ଘାତକ ବୋଲିଂ । ୧୬୪ ରନ କଲା ବାଙ୍ଗାଲୋର । ମୁମ୍ବାଇ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ।

182

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଯଶପ୍ରିତ ବୁମରାହଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ମାତ୍ର ୧୬୪ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ମୁମ୍ବାଇ ଆଗରେ ଏବେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ମୁମ୍ବାଇକୁ ଜିତିବାକୁ ହେଲେ ଏହି ମ୍ୟାଚରେ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ବାଙ୍ଗାଲୋର ଦଳ । ବାଙ୍ଗାଲୋର ଆରମ୍ଭରୁ ଭଲ ଖେଳିଥିଲା । ହେଲେ ଶେଷ ବେଳକୁ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଦେବଦତ୍ତ ପାଡିକଲ ୭୪ ଓ ଜୋଶ ଫିଲିପ ୩୩ ରନ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ କରିଥିଲା ।

ଏବେ ୧୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ମୁମ୍ବାଇ । ଦଳରେ କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଡିକକ୍, ଇଶାନ କିଷାନଙ୍କ ଭଳି ଖେଳାଳି ରହିଛନ୍ତି ।