ସାମ କୁରାନଙ୍କ ଚମତ୍କାର ବୋଲିଂ । ୧୪୫ ରନ କଲା ବାଙ୍ଗାଲୋର । ଚେନ୍ନାଇ ଆଗରେ ୧୪୬ ରନର ବିଜୟ ଲକ୍ଷ୍ୟ

113

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ସାମ କୁରାନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ବାଙ୍ଗାଲୋର ୧୪୫ ରନ କରିବାରେ ସକ୍ଷମ ହୋଇଛି । ଏବେ ଚେନ୍ନାଇ ଆଗରେ ୧୪୬ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳର ବ୍ୟାଟ୍ସମ୍ୟାନ ମାନେ ବଡ ପାଳି ଖେଳିପାରିନଥିଲେ । ଦଳ ପକ୍ଷରୁ ବିରାଟ କୋହଲି ୫୦, ଡିଭିଲିୟର୍ସ ୩୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୪୫ ରନ କରିଛି ।

ଏବେ ଚେନ୍ନାଇ ୧୪୬ରନର ବିଜୟ ଲକ୍ଷ୍ୟ ନେଇ ମଦାନକୁ ଓହ୍ଲାଇବ । ଚେନ୍ନାଇରେ ସାମ କୁରାନ, ଡୁପ୍ଲେସିସ, ଅମ୍ବାତି ରାଇଡୁ ଓ ଧୋନୀଙ୍କ ଖେଳାଳି ରହିଛନ୍ତି ।