ନାରିନଙ୍କ ବୋଲରେ ଘାଇଲା ହେଲା ବାଙ୍ଗାଲୋର । କୋଲକାତା ଆଗରେ ୧୩୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଆରସିବି ।

77

କନକ ବ୍ୟୁରୋ : ସୁନିଲ ନାରିନଙ୍କ ଦମଦାର ବୋଲିଂରେ ଘାଇଲା ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କେକେଆର ଆଗରେ ୧୩୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ବାଙ୍ଗାଲୋର । ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୩୮ ରନ୍ କରିବାକୁ ସକ୍ଷମ ହୋଇଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ।

ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦେବଦତ ପାଡିକଲ୍ ଏବଂ ଅଧିନାୟକ ବିରାଟ କୋହଲି ଭଲ ପାଳି ଆରମ୍ଭ କରିଥିଲେ ମଧ୍ୟ ପରେ ଦଳ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା । ତେବେ ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୯ ରନ୍ କରିଥିଲେ । ସେହିପରି କୋଲକାତା ପକ୍ଷରୁ ଜବରଦସ୍ତ ବୋଲିଂ କରି ୪ ଓଭରରେ ମାତ୍ର ୨୧ ରନ୍ ଦେଇ ୪ଟି ମୂଲ୍ୟବାନ୍ ୱିକେଟ୍ ଅକ୍ତିଆର କରିଛନ୍ତି ସୁନିଲ ନାରିନ୍ ।