ହାଇଦ୍ରାବାଦ ବୋଲରଙ୍କ ଘାତକ ବୋଲିଂ । ୧୩୧ ରନ କଲା ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ ୧୩୨ ରନ ଟାର୍ଗେଟ

95

କନକ ବ୍ୟୁରୋ : ଆଜିର ମ୍ୟାଚରେ ହାଇଦ୍ରାବାଦ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ମାତ୍ର ୧୩୧ ରନ କରିବାରେ ସକ୍ଷମ ହୋଇଛି । ଏବେ ହାଇଦ୍ରାବାଦ ଆଗରେ ୧୩୨ ରନ ଟାର୍ଗେଟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲରଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ ପରାଜୟ ହେଲେ ଆଇପିଏଲରୁ ବାଦ ପଡିବ ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲେ ବାଙ୍ଗାଲୋର ଦଳ । ବାଙ୍ଗାଲୋର ବ୍ୟାଟ୍ସମ୍ୟାନମାନେ ସଫଳ ହୋଇପାରିନଥିଲେ । ଦଳ ପକ୍ଷରୁ ଡିଭିଲିୟର୍ସ ୫୬ ଓ ଫିଞ୍ଚ ୩୨ ରନ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୩୧ ରନ କରିଥିଲା ।

ଆଜିର ମ୍ୟାଚରେ ଯେଉଁ ଦଳ ବିଜୟ ଲାଭ କରିବ ସେ ଦିଲ୍ଲୀ ସହ ଦ୍ୱିତୀୟ କ୍ୱାଲିଫାୟର ଖେଳିବ । ଅନ୍ୟପକ୍ଷରେ ପରାଜିତ ଦଳ ଆଇପିଏଲରୁ ବାଦ ପଡିବ । ତେଣୁ ଉଭୟ ଦଳ ବିଜୟୀ ହୋଇ ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ଆଶାରେ ରହିବେ ।