କନକ ବ୍ୟୁରୋ: ଆଇପିଏଲକୁ ଆଉ ଗୋଟିଏ ଦିନ ଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଚିନ୍ତା ବଢାଉଛି । ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇଟି ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇ ଏବେ ସଙ୍ଗରୋଧରେ ରହିଛନ୍ତି । ପ୍ରଥମେ ଆରସିବିର ଓପନର ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ ଚିହ୍ନଟ ହୋଇଥିବା ବେଳେ ଏବେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଡେନିୟଲ ସାମ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ବାଙ୍ଗାଲୋର ମଧ୍ୟରେ ହେବ । ତେବେ ଏହି ମ୍ୟାଚ ଆଗରୁ ଗୋଟିଏ ପରେ ଗୋଟିଏ ଖେଳାଳିଙ୍କ ପଜିଟିଭ ହେବା ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ କରୋନା ପଜିଟିଭ ବାହାରିବା ପରେ ଏବେ ଅନ୍ୟ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/daniel-sams-1617770951.jpg)