କନକ ବ୍ୟୁରୋ : ଚଳିତ ଆଇପିଏଲ ସିଜିନର ପ୍ରଥମ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବେ ବାଙ୍ଗାଲୋର ଓ ମୁମ୍ବାଇ । ବାଙ୍ଗାଲୋରରେ ସନ୍ଧ୍ୟା ୭ଟା ୩୦ରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯିବ । ଘରୋଇ ମୈଦାନରେ ଖେଳାଯାଉଥିବାରୁ ଆରସିବି ଏହି ମ୍ୟାଚରେ ବିଜୟୀ ହୋଇ ଆଇପିଏଲ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ୨୦୨୦ ପରେ ମୁମ୍ବାଇ ବିପକ୍ଷରେ ବାଙ୍ଗାଲୋର ୫ଟି ମ୍ୟାଚରୁ ୩ଟି ମ୍ୟାଚରେ ବିଜୟୀ ହୋଇଛି ।

Advertisment

ତେବେ ଆରସିବି ପାଇଁ ଚିନ୍ତାର କାରଣ ପାଲଟିଛି ଆହତ ସମସ୍ୟା । ରଜତ ପଟିଦାର ଓ ଜୋସ ହାଜେଲଉଡ ଅଧା ସିଜନ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିପାରିବେ ନାହିଁ । କାରଣ ଉଭୟ ଆହତ କାରଣରୁ ଅଧା ମ୍ୟାଚ ଖେଳିପାରିବେନି । ସେହିଭଳି ମ୍ୟାକ୍ସୱେଲ ମଧ୍ୟ ପ୍ରଥମ ମ୍ୟାଚରେ ଖେଳିନପାରନ୍ତି । ହସରଙ୍ଗା ମଧ୍ୟ ଜାତୀୟ ଦଳ ପାଇଁ ଖେଳୁଥିବାରୁ ଏବେ ପର୍ଯ୍ୟନ୍ତ ଆରସିବି କ୍ୟାମ୍ପରେ ଯୋଗ ଦେଇପାରିନାହାନ୍ତି ।

ଅନ୍ୟପଟେ ଗତ ସିଜିନରେ ଶେଷ ସ୍ଥାନରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତଥର ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଯଶପ୍ରୀତ ବୁମରା ଓ ରିଚାର୍ଡସନ ଆହତ କାରଣରୁ ପୂରା ଆଇପିଏଲ ସିଜିନରୁ ବାଦ୍ ପଡିଥିବା ବେଳେ ଦଳର ବୋଲିଂ ଭାର ଜୋଫ୍ରା ଆର୍ଚରଙ୍କ ଉପରେ ନିର୍ଭର କରିବ । ସେହିଭଳି ବ୍ୟାଟିଂ ଭାର ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କ ଉପରେ ରହିବ । ମଧ୍ୟକ୍ରମରେ ଷ୍ଟବ୍ସ, ଟିମ୍ ଡେଭିଡଙ୍କ ଭଳି ଖେଳାଳୀ ମୁମ୍ବାଇ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି ।