ଆଇପିଏଲରେ ପରାଜୟର ସିକ୍ସର ମାରିଲା ବିରାଟ ବାହିନୀ । ଆରସିବି ନାଁରେ ଯୋଡି ହେଲା ନୂଆ ରେକର୍ଡ

229

ଆଇପିଏଲରେ ପରାଜୟର ସିକ୍ସର ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତାରକା ଖଚିତ ଆରସିବିକୁ ସତେ ଯେମିତି ବିଜୟ ପାଇଁ ସାଥ୍ ଦେଉନାହିଁ ଭାଗ୍ୟ । ଲଗାତାର ୬ଟି ମ୍ୟାଚ୍ ପରାଜୟ ପରେ ପ୍ଲେ ଅଫ୍ ଦୌଡରୁ ବାଦ୍ ପଡିବା ଆଶଙ୍କା ଦେଖା ଦେଇଛି । ଆଜି ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ପରାଜୟବରଣ କରିବା ପରେ ଆରସିବି ପାଇଁ ଅଡୁଆ ବଢିଛି ।

ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ପରାସ୍ତ ହୋଇ ରେକର୍ଡ କରିଛି ବିରାଟଙ୍କ ନେତୃତ୍ୱାଧୀନ ଆରସିବି । ସିଜିନ ଆରମ୍ଭରୁ ଲଗାତାର ୬ ମ୍ୟାଚରେ ପରାସ୍ତ ହୋଇ ରେକର୍ଡ କରିଛି ଆରସିବି । ଏହାପୂର୍ବରୁ ଲଗାତାର ୬ଟି ମ୍ୟାଚରେ ପରାସ୍ତ ହେବା ରେକର୍ଡ ଦିଲ୍ଲୀ ନାଁରେ ରହିଥିଲା । ଦିଲ୍ଲୀ ୨୦୧୩ ମସିହାରେ ଲଗାତାର ୬ଟି ମ୍ୟାଚ୍ ପରାଜୟବରଣ କରିଥିଲା ।

ପ୍ରଥମ ମ୍ୟାଚରେ ଚେନ୍ନାଇ, ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ, ତୃତୀୟ ମ୍ୟାଚରେ ହାଇଦ୍ରାବାଦ, ଚତୁର୍ଥ ମ୍ୟାଚରେ ରାଜସ୍ଥାନ, ପଞ୍ଚମ ମ୍ୟାଚରେ କୋଲକାତା ଓ ଷଷ୍ଠ ମ୍ୟାଚରେ ଦିଲ୍ଲୀ ଠାରୁ ପରାସ୍ତ ହୋଇଛି ଆରସିବି ।