ଆଇପିଏଲରେ ଅତୁଟ ଆରସିବିର ଆଶା । ହାଇଦ୍ରାବାଦକୁ ୧୪ ରନରେ ହରାଇଲା ବାଙ୍ଗାଲୋର । ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କଡା ଟକ୍କର

Advertisment
ଆଇପିଏଲରେ ଅତୁଟ ଆରସିବିର ଆଶା । ହାଇଦ୍ରାବାଦକୁ ୧୪ ରନରେ ହରାଇଲା ବାଙ୍ଗାଲୋର । ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କଡା ଟକ୍କର

Source:cricbuzz.com

କନକ ବ୍ୟୁରୋ: ହାଟ୍ରିକ୍ ବିଜୟ ସହ ପ୍ଲେଅଫ୍ ଆଶାରେ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର । ପଏଂଟ୍ ତାଲିକାର ଶୀର୍ଷରେ ଥିବା ହାଇଦ୍ରାବାଦକୁ ୧୪ରନରେ ମାତ୍ ଦେଇଛି କୋହଲିଙ୍କ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୧୮ରନ୍ କରିଥିଲା । ଡିଭିଲିଅର୍ସ ୬୯ ଏବ୍ଂ ମୋଇନ ଅଲ୍ଲୀ୬୫ ରନ୍ କରିଥିଲେ । ଜବାବରେ ହାଇଦ୍ରାବାଦ ୱିଲିଅମସନ୍ଙ୍କ ୮୧ ଏବଂ ମନିଷ ପାଣ୍ଡେଙ୍କ ୬୨ ରନ୍ ବଳରେ ୨୦୪ ରନ୍ କରିପାରିଥିଲା । ସେପଟେ ଆଇପିଏଲରେ ଆଜି ଗୋଟିଏ ମ୍ୟାଚ୍ ରହିଛି । ରାତି ୮ଟାରେ ଦିିଲ୍ଲୀରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଦିଲ୍ଲୀ ଡେୟାର ଡେଭିଲ୍ସ ।

ଉଲ୍ଲେଖ ଥାଉ କି, ଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇ ପ୍ଲେ ଅଫ୍ ଦୌଡ଼ରେ ଥିବା ବିରାଟ କୋହଲିଙ୍କ ଦଳ ଗୁରୁବାରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ସନ୍ରାଇଜର୍ସ ହାଇଦ୍ରାବାଦକୁ ୧୪ ରନରେ ହରାଇ ଆଶା ଅତୁଟ ରଖିଛି । ପ୍ରଥମେ ବ୍ୟାଟିଂ କରି ୨୧୮/୬ର ବିଶାଳ ସ୍କୋର କରିବା ପରେ ହାଇଦ୍ରାବାଦକୁ ୨୦୪/୩ରେ ଅଟକାଇ ମହତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସେପଟେ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ହାଇଦ୍ରାବାଦ ଅଧିନାୟକ କେନ୍ ଓ୍ଵିଲିୟମସନ୍ (୮୧ ରନ୍, ୪୨ ବଲ୍, ୭ ଚୌକା, ୫ ଛକା) ଓ ମଧ୍ୟକ୍ରମ ତାରକା ମନୀଷ ପାଣ୍ଡେ (୬୨ରନ୍, ୩୮ ବଲ୍, ୭ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ବିଜୟର ସ୍ୱାଦ ଚାଖି ପାରିନାହିଁ। ଶେଷ ୫ ଓଭରରେ ଓ୍ଵିଲିୟମସନ୍ ମାତ୍ର ୮ ବଲ୍ ଖେଳିବାର ସୁଯୋଗ ପାଇବା ମଧ୍ୟ ହାଇଦ୍ରାବାଦ ପରାଜୟର ଅନ୍ୟତମ କାରଣ ହୋଇଛି। ତ୍ରୟୋଦଶ ମ୍ୟାଚରୁ ଆରସିବି ଗୁରୁବାର ରାତିରେ ଷଷ୍ଠ ବିଜୟ ହାସଲ କରିଥିଲା। ଅନ୍ୟ ପକ୍ଷରେ ହାଇଦ୍ରାବାଦ ସେହି ୧୩ ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଡିଭିଲିୟର୍ସଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ କର ବା ମର ସ୍ଥିତିରେ ଥିବା ଆରସିବି ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ପ୍ରଥମ ଓଭରର ଶେଷ ବଲରେ ପାର୍ଥିବ ପଟେଲ ଏବଂ ପଞ୍ଚମ ଓଭରରେ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରାରମ୍ଭିକ ଯୋଡ଼ି କୋହଲି-ପାର୍ଥିବ ୩୮ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଡିଭିଲିୟର୍ସ (୬୯ ରନ୍, ୩୯ ବଲ୍, ୧୨ ଚୌକା, ୧ ଛକା) ଓ ମୋଇନ ଅଲ୍ଲୀ (୬୫ ରନ୍, ୩୪ ବଲ୍, ୨ ଚୌକା, ୬ ଛକା) ସ୍ଥିତି ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟରେ ଦ୍ରୁତ ୧୦୭ ରନ୍ ଯୋଡ଼ି ଆରସିବିକୁ ପୁଣି ଥରେ ମ୍ୟାଚ୍କୁ ଫେରାଇ ଆଣିଥିଲେ। ଉଭୟ ଡିଭିଲିୟର୍ସ ଏବଂ ଅଲ୍ଲୀଙ୍କୁ ହାଇଦ୍ରାବାଦର ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍ ଆଉଟ୍ କରିବା ପରେ ହାଇଦ୍ରାବାଦ ଅଶ୍ୱସ୍ତ ହୋଇଥିଲା। ତେବେ ଅଲରାଉଣ୍ଡର କଲିନ ଡି’ ଗ୍ରାଣ୍ଢୋମେ (୪୦ ରନ୍, ୧୭ ବଲ୍, ୧ ଚୌକା, ୪ ଛକା) ଧମାକାଦାର ପାଳି ଖେଳି ଏହି ଯୁଗଳ କ୍ଷତିର ଭରଣା କରି ଦେଇଥିଲେ। ସେହିଭଳି ସର୍ଫରାଜ ଖାନ୍ ମାତ୍ର ୮ ବଲ୍ରୁ ୨୨ ରନ୍ର ଅପରାଜିତ ପାଳି ଖେଳି ଆର୍ସିବି ସ୍କୋରକୁ ୨୦୦ ରନ୍ ପାର କରାଇ ଦେଇଥିଲେ। ଚଳିତ ଋତୁରେ ହାଇଦ୍ରାବାଦ ବିପକ୍ଷରେ ଏହା ସପ୍ତମ ୨୦୦ରୁ ଅଧିକ ଦଳଗତ ସ୍କୋର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe