ଚଳିତ ଆଇପିଏଲର ୩୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନରେ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମୁମ୍ବାଇ ସହ ନିଜ ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ହୋମ ଗ୍ରାଉଣ୍ଡରେ ବାଙ୍ଗାଲୋର ମୁମ୍ବାଇ ଠାରୁ ବଦଲା ନେଇଛି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଛି। ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ୧୬୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ମୁମ୍ବାଇ ୧୫୩ ରନ କରିବାକୁ ସକ୍ଷମ ହୋଇଥିଲା ।
ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ମନନ ଭୋରାଙ୍କ ୪୫ ରନ୍, ବ୍ରେଣ୍ଡନ ମ୍ୟାକକୁଲମଙ୍କ ୩୭ ରନ୍, ବିରାଟ କୋହଲିଙ୍କ ୩୨ ରନ୍ ବଳରେ ବାଙ୍ଗାଲୋର ୧୬୭ ରନ୍ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୭ ରନ୍ ଟାର୍ଗେଟ ମିଳିଥିଲା।
ଆରମ୍ଭରୁ ବାଙ୍ଗାଲୋର ଭଲ ବ୍ୟାଟିଂ କରିଥିଲା। ୩୮ରନରେ କ୍ୱିଣ୍ଟନ ଡି ଡିକକଙ୍କୁ ହରାଇଥିଲା। ୬୧ ରନରେ ମୁମ୍ବାଇର ୨ୟ ଶିକାର ହୋଇଥିଲେ ମନନ ଭୋରା। ୧୨୧ ରନରେ ୩ୟ ଓ୍ଵିକେଟ୍, ୧୩୯
ରନରେ ୪ର୍ଥ ଓ ୫ମ ଓ୍ଵିକେଟ୍, ୧୪୧ ରନରେ ୬ଷ୍ଠ ଓ୍ଵିକେଟ୍ ଓ ୧୪୩ ରନରେ ୭ମ ଓ୍ଵିକେଟ୍ ପଡ଼ିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୩ ଓଭର ବୋଲିଂ କରି ୩ଟି ଓ୍ଵିକେଟ୍ ନେଇ ୨୮ ରନ୍ ଦେଇଥିଲେ। ମିଚେଲ ମ୍ୟାକଗ୍ଲେନ, ଯଶପ୍ରୀତ ବୁମରା ଓ ମୟଙ୍କ ମାର୍କଣ୍ଡେୟଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା ।
ଜବାବରେ ମୁମ୍ବାଇ ପ୍ରଥମରୁ ହିଁ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ସୂର୍ୟ୍ୟକୁମାର ଯାଦବ ୯ ରନ୍, ଜେ.ପି. ଡୁମିନି ୨୩ ରନ୍, କିରନ ପୋଲାର୍ଡ ୧୩ ରନ୍, କୁର୍ଣ୍ଣାଲ ପାଣ୍ଡ୍ୟା ୨୩ ରନ୍ ଓ ବେନ୍ କଟିଙ୍ଗ ୧୨ ରନ୍ ସଂଗ୍ରହ କରିଥିଲେ। ଟିମ୍ ସାଉଦୀ, ଉମେଶ ଯାଦବ ଓ ମହମ୍ମଦ ସିରାଜ ୨-୨ଟି ଓ୍ଵିକେଟ୍ ନେଇଥିଲେ। ତେବେ ନିଜର ଉତ୍ତମ ବୋଲିଂ ପ୍ରଦର୍ଶନ ପାଇଁ ଟିମ ସାଉଦୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/rcb-iplt20-1525194583.jpg)
/kanak/media/post_attachments/wp-content/uploads/2018/05/vivo-ipl-2018-m31-rcb-v-mi_cb757f44-4d5f-11e8-bd65-8f9614bffbbb-300x169.jpg)
/kanak/media/post_attachments/wp-content/uploads/2018/05/MUMBAI-INDIANS-ROYAL-CHALLENGERS-CRICKET-T20-IND-IPL-MUMBAI-BANGALORE-AFP_1438KL-300x186.jpg)