ମହମ୍ମଦ ସାମିଙ୍କ ଘାତକ ବୋଲିଂ: ୧୬୪ ରନ କଲା ବାଙ୍ଗାଲୋର, ପଞ୍ଜାବ ଆଗରେ ୧୬୫ ରନ ଟାର୍ଗେଟ

60

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ବୋଲିଂ କରିଛି ପଞ୍ଜାବ ଦଳ । ଶେଷ ଓଭରରେ ମହମ୍ମଦ ସାମି ୩ ୱିକେଟ ନେଇ ପଞ୍ଜାବକୁ ଲୟକୁ ଫେରାଇଛନ୍ତି । ଫଳରେ ବାଙ୍ଗାଲୋର ଏହି ମ୍ୟାଚରେ ୧୬୪ ରନ କରିଛି । ଏବେ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ଆରମ୍ଭରୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ଆକ୍ରାଣାତ୍ମକ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଏହାପରେ ମ୍ୟାକ୍ସୱେଲ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ । ହେଲେ ଶେଷ ଓଭରରେ ମହମ୍ମଦ ସାମି ୩ ୱିକେଟ ନେଇ ମ୍ୟାଚର ଗତିକୁ ବଦଳାଇ ଦେଇଥିଲେ ।

ଏହି ମ୍ୟାଚରେ ମ୍ୟାକ୍ସୱେଲ ୫୭, ପାଡିକଲ ୪୦ ଓ କୋହଲି ୨୫ ରନ କରିଥିଲେ । ଫଳରେ ବାଙ୍ଗାଲୋର ୨୦ ଓଭରରେ ୭ ୱିକେଟ ହରାଇ ୧୬୪ ରନ କରିବାରେ ସକ୍ଷମ ହୋଇଥିଲା ।