୧୦ ଟଙ୍କିଆ ନୋଟର ହେବ ନବକଳେବର ! ଶୋଭା ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚିତ୍ର

79

କନକ ବ୍ୟୁରୋ : ନୂଆ ରୂପରେ ଆସିବ ୧୦ ଟଙ୍କିଆ ନୋଟ୍ । ଏଥିରେ ଶୋଭା ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର । ନୂଆ ୧୦ ଟଙ୍କିଆ ନୋଟରେ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ଫଟୋ ରଖାଯିବ ବୋଲି ସୂଚନା ମିଳିଛି । ଏହି ନୂଆ ନୋଟର ଆଧାର ରଙ୍ଗ ଚୋକୋଲେଟ ବ୍ରାଉନ ହେବ ବୋଲି ଜଣାପଡିଛି । ତେବେ ମହାତ୍ମା ଗାନ୍ଧୀ ସିରିଜର ଏହି ନୂଆ ଡିଜାଇନକୁ ସ୍ୱୀକୃତି ମିଳିସାରିଥିବା ସୂଚନା ମିଳିଛି । ଖୁବ୍ ଶୀଘ୍ର ବଜାରକୁ ଆସିବ ଏହି ନୂଆ ୧୦ଟଙ୍କିଆ ନୋଟ୍ । ତେବେ ଆରବିଆଇ ପକ୍ଷରୁ ଏନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

original୨୦୦୫ରେ ଶେଷ ଥର ପାଇଁ ୧୦ ଟଙ୍କିଆ ନୋଟର ଡିଜାଇନ୍ କରାଯାଇଥିଲା । ସୂତ୍ର ଅନୁସାରେ, ଡିଜାଇନ୍କୁ ସ୍ୱୀକୃତି ମିଳିବା ପରେ ୧୦୦ କୋଟି ଖଣ୍ଡ ନୂଆ ୧୦ ଟଙ୍କିଆ ନୋଟ୍ ଛପାଇ ସାରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ତେବେ ଏହା ପୂର୍ବରୁ ୨୦ ଟଙ୍କିଆ ନୋଟରେ ମଧ୍ୟ କୋଣାର୍କ ଚକ୍ର ଦେଖିବାକୁ ମିଳିଥିଲା ।

୨୦୧୬ ବିମୁଦ୍ରାକରଣ ଘୋଷଣା ପରେ ନୂଆ ୫୦୦ ଟଙ୍କା ଓ ୨୦୦୦ ଟଙ୍କା ଛପାଇଥିଲା ଆରବିଆଇ । ଗତ ବର୍ଷ ଅଗଷ୍ଟ ମାସରେ ଖୁଚୁରା ସମସ୍ୟା ଦୂର କରିବା ପାଇଁ ନୂଆ ଡିଜାଇନ ଓ ସିକ୍ୟୁରିଟି ସହ ୨୦୦ ଟଙ୍କା ଓ ୫୦ ଟଙ୍କା ବଜାରକୁ ଆସିଥିଲା । ସୂଚନାଯୋଗ୍ୟ ଏହା ପୂର୍ବରୁ ୧୦ ଟଙ୍କିଆ ନୋଟର ଡ଼ିଜାଇନ୍ ୨୦୦୫ରେ ପରିବର୍ତ୍ତନ ହୋଇଥିଲା । ରିପୋର୍ଟ ଅନୁସାରେ ନକଲି ନୋଟ୍ ଉପରେ ଲଗାମ ଲଗାଇବା ପାଇଁ ଓ କ୍ୟାସଲେସ ଅର୍ଥନୀତିକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେଇଛି । ତେବେ ନୂଆ ନୋଟ ଆସିବା ପରେ ପୁରୁଣା ନୋଟ ଅଚଳ ହେବନି ବୋଲି ଜଣା ପଡିଛି ।