ଆରବିଆଇର ୟୁ ଟର୍ଣ୍ଣ : ୫ହଜାରରୁ ଅଧିକ ଡିପୋଜିଟ୍ କଲେ ଆଉ ସାମ୍ନା କରିବାକୁ ପଡିବନି ପ୍ରଶ୍ନ

23

କନକ ବ୍ୟୁରୋ : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମାଗିଥିବା ୫୦ ଦିନ ସମୟ ଆଉ ଦିନ କେଇଟା ପରେ ସରୁଛି । ହେଲେ ବିମୁଦ୍ରାକରଣ ନେଇ ଏଯାଏଁ ଗୋଟିଏ ପରେ ଗୋଟିଏ ନିୟମ ବଦଳିବାରେ ଲାଗଛି । ପୁରୁଣା ନୋଟ୍ ଜମା ନେଇ ଗୋଟିଏ ଦିନ ପୂର୍ବରୁ ହୋଇଥିବା ନିଷ୍ପତି ଆଜି ବଦଳି ଯାଇଛି ।

ଆରବିଆଇ ନେଇଛି ୟୁ ଟର୍ଣ୍ଣ । ଏପଟେ କ୍ୟାସଲେସ୍ ଟ୍ରାନଜାକ୍ସନ ନେଇ ଏକ ବଡ଼ ଧରଣର ନିଷ୍ପତି ନେଇଛି କେନ୍ଦ୍ରୀୟ କ୍ୟାବିନେଟ୍ । ଏଣିକି ନଗଦବିହୀନ ମାଧ୍ୟମରେ କର୍ମଚାରୀଙ୍କୁ ଦରମା ଦେବା ନେଇ ଆସିଥିବା ଅଧ୍ୟାଦେଶକୁ ମଂଜୁରୀ ମିଳିଛି । ଆଉ ଏହାରି ଭିତରେ ଥମିନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା । ଆଜି ଗୁଜୁରାଟରେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧୀ ।