ନୂଆ ଗଭର୍ଣ୍ଣରଙ୍କ ଦସ୍ତଖତ ସହିତ ଆରବିଆଇ ଜାରି କରିବ ନୂଆ ୧୦ ଟଙ୍କିଆ ନୋଟ୍, ଜାଣନ୍ତୁ କ’ଣ ରହିବ ଫିଚର

248

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦ଟଙ୍କିଆ ନୂଆ ନୋଟ୍ ଜାରି କରିବ । ନୂଆ ନୋଟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ । କେନ୍ଦ୍ରୀୟ ବ୍ୟାଙ୍କ କହିଛି କି, ରିଜର୍ଭ ବ୍ୟାଙ୍କ ମହାତ୍ମା ଗାନ୍ଧୀ ସିରିଜରେ ୧୦ ଟଙ୍କିଆ ନୂଆ ନୋଟ୍ ଜାରି କରିବ । ଏହା ଉପରେ ଗଭର୍ଣ୍ଣର ଦାସଙ୍କ ଦସ୍ତଖତ ରହିବ । ଏହି ନୋଟର ଡିଜାଇନ୍ ମହାତ୍ମା ଗାନ୍ଧୀ ସିରିଜର ୧୦ ଟଙ୍କିଆ ନୋଟ୍ ସମାନ ରହିବ ।” ପୂର୍ବରୁ ଜାରି ରହିଥିବା ୧୦ ଟଙ୍କିଆ ସମସ୍ତ ନୋଟ୍ ଚାଲୁ ରହିବ ।

ନୂଆ ଆରବିଆଇ ଗଭର୍ଣ୍ଣର ଶକ୍ତିଦାସଙ୍କ ଦସ୍ତଖତ ଥିବା ମହାତ୍ମା ଗାନ୍ଧୀଙ୍କ ନ୍ୟୁ ସିରିଜରେ ୨୦୦ ଓ ୫୦୦ ଟଙ୍କିଆ ନୂଆ ନୋଟକୁ ଜାରି କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା । ଆରବିଆଇ ତରଫରୁ ୨୦ ଟଙ୍କିଆ ନୂଆ ନୋଟ୍ ଜାରି କରିବା କଥା ମଧ୍ୟ କୁହାଯାଇଥିଲା । କିନ୍ତୁ ଆରବିଆଇ ଏହା ବି କହିଛି କି ୨୦ ଟଙ୍କିଆ ପୁରୁଣା ନୋଟ୍ ବି ଚାଲିବ ।

ନୋଟର ଫିଚର୍ସ :

• ୧୦ ଟଙ୍କିଆ ନୂଆ ନୋଟ୍ ଚକଲେଟ୍ ବ୍ରାଉନ ରଙ୍ଗର ।

• ଏହାର ପଛ ଭାଗରେ ଭାରତର ସାଂସ୍କୃତିକ ପୃଷ୍ଠଭୂମି କୋଣାର୍କର ସୂର୍ଯ୍ୟ ମନ୍ଦିରର ଚିତ୍ର ରହିଛି ।

• ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ଅଶୋକ ସ୍ତମ୍ଭ ଫଟୋ ଅଛି

• ବାମ ଭାଗରେ ଉପରେ ନମ୍ବର ପ୍ୟାନେଲରେ ଅଙ୍କ ଛୋଟରୁ ବଡ କ୍ରମରେ ଅଛି ।

• ନୋଟରେ ନୋଟ୍ ଛପାଯାଇଥିବା ବର୍ଷ ବି ଅଙ୍କିତ ହୋଇଛି ।

• ନୋଟର ଡାହାଣ ପଟେ ୧୦ ଟଙ୍କା ଲେଖା ହୋଇଛି ଓ ନୋଟର ବାମ ପଟେ ଦେବନାଗରୀରେ ୧୦ ଟଙ୍କା ଲେଖା ହୋଇଛି ।

• ନୂଆ ନୋଟରେ ଭିନ୍ନ ଭିନ୍ନ ସ୍ଥାନରେ ଛୋଟ ଶବ୍ଦରେ RBI, ଭାରତ, INDIA ଓ ୧୦ ଟଙ୍କା ଲେଖା ହୋଇଛି ।

• ନୋଟରେ ସ୍ୱଚ୍ଛ ଭାରତର ନାରା ମଧ୍ୟ ଲେଖାହୋଇଛି ।