ଏଟିଏମରୁ ଚିରାଫଟା ନୋଟ ବାହାରିଲେ କ’ଣ କରିବେ! ଚିନ୍ତା କରନ୍ତୁ ନାହିଁ ଏବେ ନୋଟ ବଦଳାଇବା ହେଲା ସହଜ ।

Advertisment
ଏଟିଏମରୁ ଚିରାଫଟା ନୋଟ ବାହାରିଲେ କ’ଣ କରିବେ! ଚିନ୍ତା କରନ୍ତୁ ନାହିଁ ଏବେ ନୋଟ ବଦଳାଇବା ହେଲା ସହଜ ।

image courtesy : Gyan Wala Baba

ବେଳେବେଳେ ବ୍ୟାଙ୍କରୁ ଟଙ୍କା ଉଠାଇଲାବେଳେ ଅଜାଣତରେ ଚିରାଫଟା ନୋଟକୁ ମଧ୍ୟ ଆମେ ନେଇଆସିଥାଉ । କିନ୍ତୁ ବର୍ତ୍ତମାନ ଏଟିଏମରେ ମଧ୍ୟ ଏଭଳି ଅବସ୍ଥା ଦେଖାଯାଉଛି । ଭଲ ନୋଟ ବାହାରିବା ବଦଳରେ ଚିରାଫଟା ନୋଟ ବାହାରିବା ଏବେ ଏକପ୍ରକାରର ସମସ୍ୟା ହୋଇଗଲାଣି । ଏହି ନୋଟକୁ କେଉଁଠି ବଦଳାଇବା ମଧ୍ୟ କାଠିକାର ପାଠ ହୋଇଯାଉଥିଲା । କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ । ଏବେ ଆପଣ ଏହି ନୋଟକୁ ସହଜରେ ବଦଳାଇ ପାରିବେ । ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ।

rbi-

ଲୋକଙ୍କୁ ଜ୍ଞାତ ନଥିବ କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୭ ଏପ୍ରିଲ ମାସରୁ ହିଁ ଲୋକଙ୍କ ଏହି ସମସ୍ୟାର ସମାଧାନ କରିସାରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ସୂଚିତ କରିସାରିଛି ଯେ ଯଦି କୌଣସି ବ୍ୟକ୍ତି ଚିରାଫଟା ନୋଟ ନେଇ ବ୍ୟାଙ୍କକୁ ବଦଳାଇବାକୁ ଆସେ ତେବେ ବ୍ୟାଙ୍କ ସେହି ନୋଟକୁ ରଖିବାକୁ ବାଧ୍ୟ ହେବ । ୨୦୧୧ ଡିସେମ୍ବର ମାସରେ ଆରବିଆଇ ଘୋଷଣା କରିଥିଲା ଯେ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟ ପାଇଁ ବ୍ୟାଙ୍କ ହିଁ ଦୋଷୀ ରହିବ । ତେଣୁ ଏହି ନୋଟକୁ ବଦଳାଇବା ବ୍ୟାଙ୍କର ଦାୟିତ୍ୱ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe