କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଲା ଡିଏନ ଗ୍ରୁପ୍ ରେଡରୁ ଜବତ ବେଆଇନ ଟଙ୍କା । ଆରବିଆଇରେ ପୁଣି ଥରେ ହେବ ଗଣା । ଟଙ୍କା ସହ ଜବତ ଦସ୍ତାବିତ ମଧ୍ୟ ସାଥିରେ ନେଇଛି ଆୟକର ବିଭାଗ । ସୂଚନା ଅନୁସାରେ ଶହେ ୨୦ କୋଟିରୁ ଅଧିକ ଟଙ୍କାର କ୍ୟାସ ରସିଦ ଜବତ ହୋଇଛି ।

Advertisment

ଏହାସହ ଆଇଟି ରେଡ୍ ବେଳେ ଡିଏନ୍ ଗ୍ରୁପ୍ରୁ ବେଆଇନ ଟଙ୍କା ଜବତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଏ ଟଙ୍କା କାହାର ଓ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଛନ୍ତି, ନିର୍ବାଚନରେ ଲଗାଇବା ପାଇଁ ଟଙ୍କା ରଖାଯାଇଥିଲା । କେଉଁ ବିଧାୟକ ଓ ମନ୍ତ୍ରୀଙ୍କ ଟଙ୍କା ତାର ଖୁଲାସା ହେବା ଆବଶ୍ୟକ । ଘଟଣାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।