ଫେବୃଆରୀରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଜାଣନ୍ତୁ ଓଡିଶାରେ କେତେ ଦିନ ବ୍ୟାଙ୍କ୍ ବନ୍ଦ ରହିବ

168

କନକ ବ୍ୟୁରୋ : ଫେବୃଆରୀ ମାସରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ । ପୂଜା ପର୍ବାଣୀ ପାଇଁ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ । ୨୦୨୪ ବର୍ଷ ଆରମ୍ଭରୁ ଜାନୁଆରୀ ମାସରେ ଭିନ୍ନ ଭିନ୍ନ ଜୋନରେ ୧୬ଦିନ ବ୍ୟାଙ୍କ୍ ବନ୍ଦ ରହିଥିଲା । କିଛି ଛୁଟି ପୂରା ହୋଇସାରିଥିବା ବେଳେ ଆଉ ବାକି ଛୁଟି ୩୧ତାରିଖ ସୁଦ୍ଧା ପୂରା ହୋଇଯିବ । ସେହିପରି ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ମାସରେ ବି ଦେଶର ଭିନ୍ନ ଭିନ୍ନ ଜୋନରେ ୧୦ଦିନ ବ୍ୟାଙ୍କ୍ ବନ୍ଦ ରହିବ । ତେଣୁ ବ୍ୟାଙ୍କ ସହ ଜଡିତ କାମ ଗୁଡିକୁ ତୁରନ୍ତ ସାରିନିଅନ୍ତୁ । ନଚେତ୍ ବ୍ୟାଙ୍କ ଛୁଟି କାରଣରୁ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରିଖରେ କେଉଁ କେଉଁ କାରଣ ପାଇଁ ବ୍ୟାଙ୍କ୍ ଛୁଟି ରହିବ ।

– ୨୦୨୪ ଫେବୃଆରୀ ୪ତାରିଖରେ ରବିବାର ପଡୁଥିବାକୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ ।
– ଫେବୃଆରୀ ୧୦ ତାରିଖରେ ମାସର ଦ୍ୱିତୀୟ ଶନିବାର ପଡୁଥିବାରୁ ବ୍ୟାଙ୍କ୍ ଛୁଟି ରହିବ ।
– ଫେବୃଆରୀ ୧୧ରେ ପୁଣି ରବିବାର ପଡୁଥିବାରୁ ବ୍ୟାଙ୍କ୍ ଛୁଟି ରହିବ
– ଫେବୃଆରୀ ୧୪ ତାରିଖରେ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ପଡୁଥିବାରୁ ତ୍ରିପୁରା, ଓଡିଶା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
– ୧୫ତାରିଖରେ ଲୁଇସ୍-ନାଗାଇ-ନି ପର୍ବ ପଡୁଥିବାରୁ ମଣିପୁରରେ ବନ୍ଦ ରହିବ ବ୍ୟାଙ୍କ୍
– ୧୮ ତାରିଖ ପୁଣି ରବିବାର ପଡୁଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
– ୧୯ତାରିଖରେ ଛତ୍ରପତି ଶିବାଜୀ ଜୟନ୍ତି ପଡୁଥିବାରୁ ମହାରାଷ୍ଟ୍ରରେ ବ୍ୟାଙ୍କ୍ ବନ୍ଦ ରହିବ
– ୨୦ତାରିଖରେ ରାଜ୍ୟ ଦିବସ କାରଣରୁ ମିଜୋରାମ୍ ଓ ଅରୁଣାଚଳପ୍ରଦେଶରେ ବ୍ୟାଙ୍କ୍ ବନ୍ଦ ରହିବ ।
– ୨୫ ତାରିଖରେ ରବିବାର, ସେଥିପାଇଁ ବ୍ୟାଙ୍କର ସମସ୍ତ କାର୍ଯ୍ୟ ବନ୍ଦ ରହିବ ।
– ୨୬ ତାରିଖରେ ନ୍ୟୁକୁମ୍ ପର୍ବ କାରଣରୁ କେବଳ ଅରୁଣାଚଳପ୍ରଦେଶରେ ବ୍ୟାଙ୍କ ଛୁଟି ରହିବ ।

ବ୍ୟାଙ୍କର ଛୁଟି ବାବଦରେ ଅଧିକ ବିବରଣୀ ଜାଣିବା ପାଇଁ ଆରବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଯାଞ୍ଚ କରିପାରିବ ।