ଆରବିଆଇର ବଡ ଘୋଷଣା: ଆସନ୍ତା ୬ମାସ ଯାଏଁ ୧୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେନି ଏହି ବ୍ୟାଙ୍କର ଗ୍ରାହକ

10,437

କନକ ବ୍ୟୁରୋ: ଯଦି ଆପଣ ପଂଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍ (ପିଏମସି)ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଆପଣ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସୂଚନା ମୁତାବକ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତଥା ଆରବିଆଇ ପକ୍ଷରୁ ପଂଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯାଇଛି । ତେବେ ଆରବିଆଇ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ବ୍ୟାଙ୍କିଂ ରେଲୋକେସନ ଆକ୍ଟ, ୧୯୪୯ର ସେକ୍ସନ ୩୫ଏ ଆଧାରରେ କରାଯାଇଛି ।

ଆରିବିଆଇର ଏଭଳି କଠୋର ନିଷ୍ପତି ପରେ ପଂଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କର ଗ୍ରାହକଙ୍କର ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । କାରଣ ଆରବିଆଇ ନିର୍ଦ୍ଦେଶାନୁସାରେ, ଏଣିକି ବ୍ୟାଙ୍କରେ କୌଣସି ବି ଗ୍ରାହକ କୌଣସି ପ୍ରକାରର ନୂଆ ଫିକ୍ସଡ ଡିପୋଜିଟ୍ ଆକାଉଂଟ ଖୋଲି ପାରିବେ ନାହିଁ । ଏହାବ୍ୟତୀତ ବ୍ୟାଙ୍କର ନୂଆ ଲୋନ ଜାରି ଉପରେ ବି ପ୍ରତିବନ୍ଧକ ଲଗାଇଛି ଆରିବିଆଇ । ଖାଲି ଏତିକି ନୁହେଁ ଏହି ବ୍ୟାଙ୍କର ଗ୍ରାହକମାନେ ଆଗାମୀ ୬ ମାସ ପର୍ଯ୍ୟନ୍ତ ୧ ହଜାର ଟଙ୍କାରୁ ଅଧିକ ଟଙ୍କା ମଧ୍ୟ ଉଠାଇପାରିବେ ନାହିଁ ।

ଆରବିଆଇ ନିର୍ଦ୍ଦେଶାନୁସାରେ , ଜମାକାରୀ ବ୍ୟାଙ୍କରେ ନିଜର ସେଭିଂ, କରେଂଟ ତଥା ଅନ୍ୟ କୌଣସି ଖାତାରୁ ୧ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । ପିଏମସି ବ୍ୟାଙ୍କ ଉପରେ ଆରବିଆଇର ଅଗ୍ରୀମ ମଂଜୁରୀ ବିନା ଲୋନ ଏବଂ ଅଗ୍ରୀମ ଧନରାଶି ଦେବା କିମ୍ବା ରିନ୍ୟୁ କରିବା, କୌଣସି ପ୍ରକାରର ନିବେଶ କରିବା, ଫ୍ରେସ ଡିପୋଜିଟ୍ ସ୍ୱୀକାର କରିବା ଇତ୍ୟାଦି ଉପରେ ରୋକ୍ ଲଗାଇଛି ।