ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬.୫%ରେ ହିଁ ରେପୋ ରେଟ୍ ସ୍ଥିର ।

Advertisment
ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬.୫%ରେ ହିଁ ରେପୋ ରେଟ୍ ସ୍ଥିର ।

କନକ ବ୍ୟୁରୋ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି ବୈଠକ ଶେଷ ହେଇଛି । ଯେଉଁଥିରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତି ନେଇଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ଫେବ୍ରୁଆରୀ ମାସରୁ ରେପୋ ରେଟ୍ ସ୍ଥିର ରହିଛି । ସେବେଠୁ ଆଜି ପର୍ଯ୍ୟନ୍ତ ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରହିଛି । ତେବେ ପ୍ରତି ଦୁଇ ମାସରେ ଆରବିଆଇ ଏମପିସି ମିଟିଂ କରିଥାଏ । ଏହି ମିଟିଂ ଥିଲା ଚଳିତ ବର୍ଷର ଦ୍ୱିତୀୟ ମିଟିଂ । ଗତ ଏପ୍ରିଲ ମାସରେ ଏମପିସିର ବୈଠକ ବସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe