ଟଙ୍କା ନେଣଦେଣର ନିୟମ ପରିବର୍ତ୍ତନ କଲା ଆରବିଆଇ : ନୂଆ ନିୟମରେ ଗ୍ରାହକଙ୍କୁ କ’ଣ ମିଳିବ ଫାଇଦା , ଆରବିଆଇର ଏହି ୮ ଟି ନିୟମ ଉପରେ ନଜର ପକାନ୍ତୁ

1,149

ଆଜି ଆରବିଆଇ ମୋନିଟାରି ପଲିସି ବୈଠକରେ ଅଧ୍ୟକ୍ଷତା କରି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନେକ ନିୟମରେ ପରିବର୍ତ୍ତନ ଆଣିଥିବାର ଘୋଷଣା କରିଛନ୍ତି । ବୈଠକରେ ସୁଧଦରରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି । ନୂଆ ନିୟମରେ ଗ୍ରାହକଙ୍କୁ କ’ଣ ମିଳିବ ଫାଇଦା ଏନେଇ ଚାଲିଛି ଚର୍ଚ୍ଚା । ତେବେ ଆସନ୍ତୁ ବୈଠକରେ ନିଆଯାଇଥିବା ୮ ଟି ବଡ଼ ଘୋଷଣା ଉପରେ ନଜର ପକାଇବା ।

୧ . ଆରବିଆଇ ସୁଧଦରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରେପୋ ରେଟ୍ ୪ % ହିଁ ରହିଛି ।

୨ . ସର୍ବସମ୍ମତିରେ ରିଭର୍ସ ରେପୋ ରେଟ୍ ୩.୩୫ % ହିଁ ବଳବତ୍ତର ରହିବ ବୋଲି ଏମପିସି ଧାର୍ଯ୍ୟ କରିଛି ।

୩ . ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗ୍ରାମୀଣ ଅର୍ଥବ୍ୟବସ୍ଥା ସୁଧୁରିଥିବା କଥା କହିଛନ୍ତି । ଚଳିତବର୍ଷ ରେକର୍ଡ଼ ସଂଖ୍ୟକ ଖାଦ୍ୟପଦାର୍ଥ ଉତ୍ପାଦନ ହୋଇଛି । ପ୍ରବାସୀ ଶ୍ର୍ରମିକ ପୁଣିଥରେ ସହରର କର୍ମସ୍ଥଳକୁ ଫେରିଛନ୍ତି ।

୪ . ଅନଲାଇନ୍ କାମ ଦ୍ରୁତ ଗତିରେ ବଢିବାରେ ଲାଗିଛି ଏବଂ ସବୁ କର୍ମଜୀବୀ ଅଫିସକୁ ଫେରୁଛନ୍ତି । ଆକଳନ କରାଯାଉଛି ଯେ , ୨୦୨୧ ବର୍ଷର ମଧ୍ୟମ ଆଡ଼କୁ ଲୋକଙ୍କୁ ବିଭିନ୍ନ ସାମଗ୍ରୀର ମହଙ୍ଗାମାଡ଼ରୁ ତ୍ରାହି ମିଳିବ ।

୫ . ଅର୍ଥବ୍ୟବସ୍ଥା ଖୁବଶୀଘ୍ର ଟ୍ରାକକୁ ଆସିବ ବୋଲି ଅନୁମାନ କରାଯାଉଛି । ସବୁ ସେକ୍ଟରରେ ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି ଏବଂ ଗ୍ରୋଥ୍ ବଢିବାରେ ଲାଗିଛି ।

୬ . ଚଳିତବର୍ଷ ରବିଫସଲ ଉନ୍ନତମାନର ହୋଇଛି । ମହାମାରୀର ଏହି ସଂକଟ ଭିତରେ କୋଭିଡ଼୍ ସଂକ୍ରମଣ ରୋକିବା ସହିତ ଅଧିକ ଫୋକସ୍ ଆର୍ଥିକ ସ୍ଥିତି କିଭଳି ସୁଧୁରିବ ଏ ଉପରେ ଦୃଷ୍ଟି ଦିଆଯାଉଛି ।

୭ . ଚଳିତବର୍ଷ ଡ଼ିସେମ୍ବର ଆଡ଼କୁ ଆରଟିଜିଏସ୍ କୌଣସି ସମୟରେ ଘୋଷଣା ହୋଇପାରେ ବୋଲି ପୂର୍ବସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ।

୮ . ୨୦୨୧ ବର୍ଷର ଜିଡ଼ିପିରେ ୯.୫ % ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ସେପ୍ଟେମ୍ବର ମାସରେ ଇଏମଆଇ ବଢି ୫୬.୯ ହୋଇଯାଇଛି । ଯାହା ଜାନୁଆରୀ ୨୦୧୨ ପରଠାରୁ ସବୁଠାରୁ ଅଧିକ ରହିଛି ।