ଗତ ଜୁଲାଇ ମାସରେ ୧୦୦ ଟଙ୍କାର ନୂଆ ନୋଟ ଜାରି କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଦିପାବଳୀ ପୂର୍ବରୁ ୨୦ ଟଙ୍କାର ନୂଆ ଜାରି କରିପାରେ । ନୋଟର ଡିଜାଇନ ପ୍ରସ୍ତୁତ ହୋଇସାରିଥିବା ବେଳେ ପ୍ରିଣ୍ଟିଂ ପାଇଁ ପେପର ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ନୂଆ ନୋଟର ରଙ୍ଗକୁ ନେଇ ଦ୍ୱନ୍ଦ ରହିଛି ସତ କିନ୍ତୁ, ପ୍ରଥମ ଡିଜାଇନ୍ ଗାଢ ଲାଲ୍ ରଙ୍ଗ ଉପରେ ପ୍ରସ୍ତାବିତ ଅଟେ । ଆଉ ଏହି ନୂଆ ନୋଟରେ ବିଶ୍ୱ ଐତିହ ରୂପରେ ସାମିଲ ଥିବା ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଅଜନ୍ତା ଗୁମ୍ଫାର ଫଟୋ ରହିବ । ନୂଆ ନୋଟଟି ପୁରୁଣା ନୋଟ ଅପେକ୍ଷା ୨୦ ପ୍ରତିଶତ ଛୋଟ ରହିବ ।
ବିମୁଦ୍ରାକରଣ ପରେ ନୋଟ ଗୁଡିକର ନବକଳେବର କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦ ଟଙ୍କାର ନୂଆ ନୋଟକୁ ଅନ୍ୟ ନୂଆ ନୋଟ ଗୁଡିକ ପରି ଆଧୁନିକ ସୁରକ୍ଷା ଫିଚର ସହ ପ୍ରସ୍ତୁତ କରିଛି । ନୋଟ ଗୁଡିକରେ ହେଉଥିବା ଏହି ପରିବର୍ତ୍ତନର ସଙ୍କେତ ଆରବିଆଇ ୨୦୧୬ର ବାର୍ଷିକ ରିପୋର୍ଟରେ ହିଁ କରିଦେଇଥିଲା । ୨୦ ଟଙ୍କାର ଏହି ନୂଆ ନୋଟରେ ସିକ୍ୟୁରିଟି ଫିଚର ସହ ପ୍ରମୁଖ ପରିବର୍ତ୍ତନ ରଙ୍ଗ ଏବଂ ସ୍ମାରକ ଅଟେ । ତେବେ ବର୍ତ୍ତମାନ ପ୍ରଚଳିତ ହେଉଥିବା ୨୦ ଟଙ୍କାର ନୋଟ୍ ଗୋଲାପୀ, ଲାଲ୍ ଏବଂ ବାସନ୍ତିର ମିଶ୍ରିତ ଲାଲ୍ ରଙ୍ଗର ଅଟେ । ଏବଂ ନୋଟର ଅପର ପାଶ୍ୱର୍ରେ ପ୍ରାକୃତିକ ଦୃଶ୍ୟ ରହିଛି । ସେହିପରି ନୂଆ ୨୦ ଟଙ୍କିଆ ନୋଟଟି ଗାଢ ଲାଲ୍ ରଙ୍ଗ ଉପରେ ପ୍ରସ୍ତାବିତ ଅଟେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/19_09_2016-19twentyrupeenote.jpg)
/kanak/media/post_attachments/wp-content/uploads/2018/09/Rs20-048.1-Raghuram-Rajan-2015-No-Inset-300x127.jpg)