୬.୫ ପ୍ରତିଶତ ରେପୋ ରେଟ୍ ଅପରିବର୍ତିତ ରଖିଲା ଆରବିଆଇ । ଲୋକଙ୍କୁ ଶସ୍ତା ଋଣ ଏବଂ କମ୍ ଇଏମଆଇ ପାଇଁ ଆହୁରି କରିବାକୁ ପଡିବ ଅପେକ୍ଷା

122

କନକ ବ୍ୟୁରୋ : ରେପୋ ରେଟ୍ ଅପରିବର୍ତିତ ରଖିଛି ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ନେତୃତ୍ୱାଧୀନ ମୁଦ୍ରାନୀତି କମିଟି ଶୁକ୍ରବାର ପଲିସି ରେଟ୍ ଅର୍ଥାତ୍ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ଅର୍ଥାତ୍ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଏହି ନିଷ୍ପତି ଫଳରେ ଲୋକଙ୍କୁ ଶସ୍ତା ଋଣ ଏବଂ କମ୍ ଇଏମଆଇ ପାଇଁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି । ରିଜର୍ଭ ବ୍ୟାଙ୍କର ଏମପିସି ୪:୨ ସଂଖ୍ୟାଗରିଷ୍ଠତା ରେପୋ ରେଟ୍ କୁ ୬.୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ ଆରବିଆଇ ପାଣ୍ଠିର ଅଭାବ ସମୟରେ କମର୍ସିଆଲ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ ।