କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷା । ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬ଦଶମିକ ୫୦ ପ୍ରତିଶତରେ ରହିଲା ସ୍ଥିର, ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି ଯେ, ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ । ମହଙ୍ଗା ହେବନି ଘର ଓ ଗାଡ଼ି ଋଣ ।

Advertisment

ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବି ବ୍ୟାଙ୍କ୍‌ ବ୍ୟବସ୍ଥା ସୁଦୃଢ଼ ରହିଛି । ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମୁଦ୍ରସ୍ଫୀତିର କାରଣ ହେବାର ଆଶଙ୍କା ଥିବାରୁ ରିଜର୍ଭ ବ୍ୟାଙ୍କ୍‌ ମୁଦ୍ରସ୍ଫୀତିଜନିତ ଚାପ ନିୟନ୍ତ୍ରଣ କରିବାକୁ ଅର୍ଥ ଯୋଗାଣ ହ୍ରାସ ଉପରେ ଧ୍ୟାନ ଦେଇଛି ।

ଖାଦ୍ୟ ଓ ଇନ୍ଧନ ଦରକୁ ଛାଡ଼ି ବାକି କ୍ଷେତ୍ରରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିଲା । କିନ୍ତୁ, ଖରିଫ ଫସଲ ଉତ୍ପାଦନ ହ୍ରାସ ପାଇବାରୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଛି । ଏହାଛଡ଼ା, ବିଶ୍ବ ଅର୍ଥନୀତି ଏବେ ମଧ୍ୟ ମାନ୍ଦା ଅବସ୍ଥାରେ ରହିଛି ବୋଲି ସେ କହିଛନ୍ତି ।